ରାମ ରହିମଙ୍କୁ ୫୦ ଦିନର ପାରୋଲ

 

ଭୁବନେଶ୍ବର,୧୯/୧(ସତ୍ୟପାଠ ବ୍ୟୁରୋ):     ୨୯ ଦିନ ମଧ୍ୟରେ ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ଗୁରମୀତ ରାମ ରହିମ। ସେ ଏବେ ହରିୟାଣା ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଛନ୍ତି। ରାମ ରହିମଙ୍କୁ ଶୁକ୍ରବାର ପୁଣି ଥରେ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି। ଠିକ୍‌ ୨୯ ଦିନ ପୂର୍ବରୁ ସେ ଜେଲରୁ ବାହାରକୁ ଆସିଥିଲେ। ଗତ ୪ ବର୍ଷ ମଧ୍ୟରେ ରାମ ରହିମଙ୍କୁ ନବମ ଥର ପାରୋଲ ପ୍ରଦାନ କରାଯାଇଛି।

ହରିୟାଣା ସରକାର ବାବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ୟୁପି ବାଗପାଟର ବର୍ଣ୍ଣୱା ଆଶ୍ରମରେ ରହିବେ। ଶୁକ୍ରବାର ସନ୍ଧ୍ୟା କିମ୍ବା ଶନିବାର ସକାଳେ ରାମ ରହିମ ରୋହତକ ଜେଲରୁ ବାହାରିବେ। ହରିଆଣା ଜେଲର ନିୟମ ମୁତାବକ ଆଜୀବନ ଜେଲ କାଟୁଥିବା କୌଣସି ବି କଏଦୀ ବର୍ଷରେ ୭୦ ଦିନ ପାରୋଲରେ ଯାଇପାରିବେ । ହରିଆଣା ସରକାର ରାମ ରହିମଙ୍କୁ ନଭେମ୍ବର ମାସରେ ୨୧ ଦିନ ପାଇଁ ପାରୋଲ ଦେଇଥିଲେ । ସେତେବେଳେ ସେ ୨୧ ଦିନ ଯାକ ଉତ୍ତର ପ୍ରଦେଶର ବାଗବତ ଆଶ୍ରମରେ ରହିଥିଲେ । ଏହାପରେ ଡିସେମ୍ବର ୨୧ ତାରିଖରେ ସେ ଜେଲକୁ ଫେରିଯାଇଥିଲେ ।

ସୂଚନାଯୋଗ୍ୟ ଯେ ୨୦୧୭ରେ ରାମ ରହୀମଙ୍କୁ ଦୁଇଜଣ ମହିଳା ଅନୁଗାମୀଙ୍କୁ ବଳାତ୍କାର ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୯ରେ ତାଙ୍କ କର୍ମଚାରୀ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବ୍ୟତୀତ ୨୦୨୧ରେ ଡେରା ମୁଖ୍ୟଙ୍କୁ ସାମ୍ବାଦିକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

Related Posts