ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି: ଫେରୁନି ମୋ ଶିକ୍ଷୟତ୍ରୀ ମା, ତାଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ

ଆନନ୍ଦପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବ୍ୟାକୁଳ ନିବେଦନ କରିଛି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ । ନିଜ ମା ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ପରପୁରୁଷ ପ୍ରେମରେ ପଡି ଧରାଛୁଆଁ ଦେଉନାହିଁ ମା’ । ଶିକ୍ଷୟତ୍ରୀ ମା’ ଦରମାରୁ ମୋ ପଢା ଖର୍ଚ୍ଚ ବହନ ପାଇଁ ଚିଠି ଲେଖିଛି ଝିଅ । ମୁଖ୍ୟମନ୍ତ୍ରୀଙ୍କୁ ଏପରି ଚିଠି ଲେଖି ଆକୁଳ ନିବେଦନ କରିଛି ଝିଅ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଞ୍ଚଳରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ହାଟଡିହି ବ୍ଲକ୍ ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ଜଣେ ଛାତ୍ରୀ । ସେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଲେଖିଛନ୍ତି ଯେ, ବାପାଙ୍କ ସ୍ୱଳ୍ପ ରୋଜଗାରରେ ଘର ଚଳିବା କଷ୍ଟ । ମୁଁ ଏବେ ଷଷ୍ଠ ଶ୍ରେଣୀରେ ବଢୁଛି । ଘରଠୁ ମୋ ବିଦ୍ୟାଳୟଟି ୧୮କିମି ଦୂରରେ ରହିଛି । ତେଣୁ ମୋତେ ଯିବାଆସିବାରେ ବହୁ କଷ୍ଟ ହେଉଥିବାରୁ, ମୁ ସେଠାରେ ମେସ୍‌ କରି ରହୁଛି । ହେଲେ ମୋ ମେସ୍‌ ଖର୍ଚ୍ଚ ବହନ କରିବାକୁ ବାପା ଅସମର୍ଥ । ତେଣୁ ମୋ ପାଠପଢା ଖର୍ଚ୍ଚ ମୋ ମା’ ବହନ କରୁ । ମୋ ମା’ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ । ସେ ପାଞ୍ଚ ବର୍ଷ ହେବ ଘରକୁ ଆସୁନି ।

ସୋସିଆଲ୍‌ ମିଡିଆରେ ଅନ୍ୟ ଜଣ ପୁରୁଷ ସହିତ ଚିହ୍ନା ହୋଇ ଏବେ ତାଙ୍କ ପ୍ରେମରେ ପଡିଛି । ଏପିରିକି ଗତ ୫ ବର୍ଷ ହେବ ଆମ ଘରକୁ ବି ଆସୁନାହାନ୍ତି କି ଆମ ସହିତ କୌଣସି ଯୋଗାଯୋଗ ରଖିନାହାନ୍ତି । ତେଣୁ ମା’ଙ୍କ ଦରମାରୁ କାଟି ମୋ ପଢା ଖର୍ଚ୍ଚ ବହନ କରନ୍ତୁ । ମୋ ମା’ ଏବେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସିରିଗିଡା ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏହି ଚିଠିର ନକଲ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ପଠାଯାଇଛି

Related Posts