ପଟ୍ଟାମୁଣ୍ଡାଇ କେନାଲରେ ୭୦ ଫୁଟର ଘାଇ: ଯୋଗାଯୋଗ ବିଚ୍ଛିନ୍ନ

ମାହାଙ୍ଗା : ପଟ୍ଟାମୁଣ୍ଡାଇ କେନାଲରେ ସୃଷ୍ଟି ହେଲା ୭୦ ଫୁଟର ଘାଇ। କଟକ ଜିଲ୍ଲା ମାହାଙ୍ଗା ଦେଇ ଯାଇଥିବା ଜଗତପୁର ପଟ୍ଟାମୁଣ୍ଡାଇ କେନାଲର ଏହି ଘାଇ ସୃଷ୍ଟି ହୋଇଛି । ତ୍ରିବେଣୀଶ୍ୱର ଠାରେ ୭୦ ଫୁଟ ରୁ ଉର୍ଦ୍ଧ ଘାଇ ହୋଇଛି। ଏହି ଘାଇ ଯୋଗୁଁ ସେଠାରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଘାଇ ଯୋଗୁଁ ୫ଟି ଦୋକାନ ଘର ବିରୂପା ନଦୀକୁ ଭାସି ଯାଇଛି।

ତେବେ ଏ ଘାଇ ହେବା ଫଳରେ ଭେଡ଼ା କୁଆଁପାଳ ପୂର୍ତ୍ତ ସଡ଼କ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘାଇକୁ ନେଇ ଭୟରେ ଅଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ l ତୁରନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ରୋକିବାକୁ ଦାବି କରିଛନ୍ତି ଅଞ୍ଚଳ ବାସୀ ।

ସେପଟେ ଏହି ଘାଇ କିପରି ସୃଷ୍ଟି ହେଲା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts