ଜଳେଶ୍ବର ଥାନା ଓ କମର୍ଦା ଥାନା ଅଂଚଳରୁ ୮୦୦ଗ୍ରାମ ବ୍ରାଉନ ସୁଗାର ଜବତ: ଜଣେ ମହିଳା ସମେତ ୩ ଗିରଫ

ଜଳେଶ୍ୱର: ଅବକାରୀ ବିଭାଗକୁ ମିଳିଲା ବଡ଼ ସଫଳତା । ହାତରେ ଲାଗିଲେ ବ୍ରାଉନ ସୁଗାର ବେପାରୀ। ଜଳେଶ୍ବର ଥାନା ଓ କମର୍ଦା ଥାନା ଅଂଚଳରୁ ୮୦୦ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଜଣେ ମହିଳା ସମେତ ୩ ବ୍ରାଉନ ସୁଗାର ବେପାରୀ ଗିରଫ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୮୦ଲକ୍ଷ ଟଙ୍କା ହେବ ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଏବଂ କମର୍ଦାଥାନା ଅଂଚଳରେ ବ୍ରାଉନ ସୁଗାର ବେପାର ଦିନକୁ ଦିନ ବଢି ଚାଲିଛି । ଯାହାକି ଅବକାରୀ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଛି ।

ସକାଳ ସମୟରେ ଜଳେଶ୍ୱର, ଭୋଗରାଇ ଅବକାରୀ ଓ କଟକ କେନ୍ଦ୍ରାଞ୍ଚଳର ୟୁନିଟ -୨ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ମିଳିତ ଭାବରେ ଜଳେଶ୍ୱର ଥାନା ୬୦ନଂ ଜାତୀୟ ରାଜପଥର ହୋଟେଲ ରାଜପଥ ସମ୍ମୁଖ ଏବଂ ୫୭ନଂ ରାଜ୍ୟ ରାଜପଥ କମର୍ଦା ଥାନା ଅଂଚଳରେ ଚଢ଼ାଉ କରିଥିଲା । ୮୦୦ଗ୍ରାମର ବ୍ରାଉନସୁଗାର ଏବଂ ଦୁଇ ବାଇକ ଜବତ କରିବା ସହିତ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରିଛି ବିଭାଗ । ତେବେ ଜବତ ବ୍ରାଉନ ସୁଗାର ସେମାନେ କେଉଁଠୁ ଆଣୁଥିଲେ ଏବଂ କାହାକୁ ଦେଉଥିଲେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ବିଭାଗ । ଗିରଫ ବ୍ରାଉନସୁଗାର ବେପାରୀମାନେ ହେଲେ କମର୍ଦା ଥାନା ଅଂଚଳର ଦିବାକର ନାୟକ, ଜଳେଶ୍ୱର ଥାନା ପଥର ପୁରା ଅଞ୍ଚଳର ସେକ ଶୁଭାନୁଦ୍ଦିନ ଏବଂ ଅନିତା ବାରିକ !

Related Posts