ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ RTI କର୍ମୀଙ୍କ ଉପରେ ହେଉଛି ଆକ୍ରମଣ, ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ‘ଓସା’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସୂଚନା ଅଧିକାର କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ଦୁର୍ନୀତି ଓ ଘୋଟଲା ସବୁକୁ ସୂଚନା ଅଧିକାର ଆଇନ ବଳରେ ଲୋକଲୋଚନକୁ ଆଣୁଥିବା ବେଳେ ସେମାନଙ୍କୁ ପ୍ରଶାସନ ଓ ଶାସକ ଦଳର ନେତା ଓ କର୍ମୀମାନଙ୍କ ଆକ୍ରୋସର ଶିକାର ହେବାକୁ ପଡୁଛି | ଏପରିକି ସେମାନଙ୍କ ନାଁରେ ମିଥ୍ୟା କେଶ ରୁଜୁ କରିବା ସହିତ ମରଣାନ୍ତକ ଆକ୍ରମଣ ମଧ୍ୟ ହେଉଛି | ଏହାକୁ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ନିନ୍ଦା କରାଯିବ ସହିତ ଆସନ୍ତା ଜୁଲାଇ ୬ ତାରିଖରେ ଭୁବନେଶ୍ବରରେ ପ୍ରତିବାଦ ବିକ୍ଷୋଭ ଏବଂ ରାଜ୍ୟବ୍ୟାପି ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି | ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଓଡିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ସୂଚନା ଦେଇଛନ୍ତି|

ରାଜ୍ୟରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣର ବିଭିନ୍ନ ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତ ଜୁନ ୧୩ ତାରିଖରେ ଯାଜପୁର ଜିଲ୍ଲାର ବିଶିଷ୍ଟ ସୂଚନା ଅଧିକାର କର୍ମୀ ଶ୍ରୀ ସର୍ବେଶ୍ୱର ବେହୁରାଙ୍କ ବିରୁଦ୍ଧରେ ମୋରମ ଚୋରି ମିଥ୍ୟା କେଶ କରି ଧର୍ମଶାଳା ପୋଲିସ ତାଙ୍କୁ ଆରେଷ୍ଟ କରି ଜେଲରେ ଭର୍ତ୍ତି କରିଥିଲେ । ସେ ୧୩ ଦିନ ଜେଲରେ ରହି ଖଲାସ ହୋଇଥିଲେ । ଗତକାଲି ଦର୍ପଣ ତହସିଲଦାରଙ୍କ ଅଭିଯୋଗ ଆଧାରରେ ବାଲିଚନ୍ଦ୍ରପୁର ଥାନାଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ସର୍ବେଶ୍ୱର ଙ୍କ ଘର ରେଡ଼ କରିଛି ।

ଧର୍ମଶାଳା ତହସିଲ ଅଧୀନରେ ସ୍ଥାନୀୟ ବିଧାୟକ ପ୍ରଣବ ବଲବନ୍ତରାୟ, ଖଣି ମାଫିଆ ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀ ଙ୍କ ଦ୍ବାରା ଚାଲିଥିବା ବ୍ୟାପକ ଖଣି ହରିଲୁଟ ଓ ବେଆଇନ କ୍ରଶର ୟୁନିଟ ସ୍ଥାପନ ସମ୍ପର୍କରେ ସର୍ବେଶ୍ୱର ସୂଚନା ଅଧିକାର ଆଇନ ରେ ତଥ୍ୟ ହାସଲ ସହିତ ଉକ୍ତ ହରିଲୁଟର ତଦନ୍ତ ପାଇଁ ଲୋକାଯୁକ୍ତଙ୍କ ଠାରୁ ଆରମ୍ଭ କରି ହାଇକୋର୍ଟରେ ଅଭିଯୋଗ କରି ଆସୁଥିଲେ । ଲୋକାଯୁକ୍ତ ସର୍ବେଶ୍ୱରଙ୍କ ସମସ୍ତ ଅଭିଯୋଗକୁ ଗ୍ରହଣ କରି ବିଛାଖଣ୍ଡି କଳାପଥର ଖଣି ଲୁଟର ତଦନ୍ତ ପାଇଁ ରାଜ୍ୟ ଭିଜିଲାନ୍ସ ଆରୁହା ପାହାଡ଼ ଖଣି ଲୁଟ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ, ସ୍ଥାନୀୟ ବିଧାୟକଙ୍କ ଭାଇ ପ୍ରଭାତ ବଲବନ୍ତରାୟ ନିଜର ଇଟାଭାଟିକୁ ସରକାରୀ ଅର୍ଥରେ ରାସ୍ତା ନିର୍ମାଣ କରିବା ଅଭିଯୋଗର ଲୋକାଯୁକ୍ତ ନିଜ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରେଇବା, ଏନ.ଜି.ଟି.ରେ କେଶ କରି ଡଙ୍କାରୀ ଖଣି ଲୁଟ ବନ୍ଦ କରିବା ଇତ୍ୟାଦି ହୋଇଛି ।

ସର୍ବେଶ୍ୱରଙ୍କ କୋଶ ଉପରେ ଯାଜପୁର ଜିଲ୍ଲାର ତକ୍ରାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କୁ କୋକାଯୁକ୍ତ ନୋଟିସ କରିଛନ୍ତି । ଏଣୁ ସର୍ବେଶରଙ୍କୁ ଦମନ କରିବା ପାଇଁ ଖଣି ମାଫିଆ, ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ଏହା ଏକ ବଡ ଚକ୍ରାନ୍ତ । ପୂର୍ବରୁ ଗତ ୨୦୨୧ ମସିହା ମାର୍ଚ୍ଚ ୨୭ ତାରିଖରେ ସନେଶ୍ବରଙ୍କୁ ହତ୍ୟା କରିବା ପାଇଁ ବୋମାମାଡ଼ ମଧ୍ୟ ହୋଇଥିଲା ।

ତେବେ ରାଜ୍ୟରେ ସୂଚନା ଅଧିକାର କର୍ମୀ ମାନଙ୍କ ଉପରେ ଆକ୍ରମଣ କେବଳ ସର୍ବେଶ୍ବରଙ୍କ କ୍ଷେତ୍ରରେ ସୀମିତ ନାହିଁ । ଏହା ଏକ ରାଜ୍ୟସ୍ତରୀୟ ଘଟଣା ହୋଇଛି । ଗତ ଜୁନ ୨୭ ତାରିଖରେ ବାଲେଶ୍ଵର ଜିଲ୍ଲାର ସୋର ବ୍ଲକର ସୂଚନା ଅଧିକାର କର୍ମୀ ଦିବାକର ପଣ୍ଡାଙ୍କୁ ମଧ୍ୟ ରାତ୍ରିରେ ମରଣାତ୍ମକ ଆକ୍ରମଣ ହେଲା । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେ କର୍ତ୍ତମାନ କଟକ ମେକର ରେ ସବିତ ହେଉଛି । ସରପଞ୍ଚ ଓ ବିଜେଶ ଗୁଣ୍ଡାମାନେ ତାଙ୍କୁ ଏହି ଆକ୍ରମଣ କରିଥିଲେ । ସେହିପରି ଗତ ଏପ୍ରିଲ ୨୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ର ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା | ସେହିପରି ଗତ ମେ 27 ତାରିଖରେ ଯାଜପୁର ଜିଲ୍ଲାର ସଂଝାରପୁର ବ୍ଳକର ସୂଚନା ଅଧିକାର କର୍ମୀ ସୀମାନ୍ତ କୁମାର ପାତ୍ରଙ୍କୁ ଦୁର୍ନୀତି ବିରୁଦ୍ଧରେ କହିବାରୁ ବିଜେଡି ଗୁଣ୍ଡାମାନେ ଲଙ୍ଗଳା କରି ରାସ୍ତାରେ ଚଲେଇ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଏନେଇ ପୋଲିସ ଅଭିଯୋଗକୁ ପଞ୍ଜିକୃତ କରିଥିଲେ ମଧ୍ୟ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ତେବେ ରାଜ୍ୟରରେ ଗତ ୧୫ ବର୍ଷ ମଧ୍ୟରେ ୭୦ରୁ ଉର୍ଦ୍ଧ୍ୱ ସୂଚନା ଅଧିକାର କର୍ମୀ ମାନଙ୍କ ଉପରେ ଆକ୍ରମଣ ହୋଇଛି, ଚାରି ଜଣ ସୂଚନା କର୍ମୀଙ୍କୁ ହତ୍ୟା କରାଯାଇଛି । ଅନେକଙ୍କ ନାମରେ ମିଥ୍ୟା ମକଦ୍ଧମା କରସଯାଇ ଜେଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଏସବୁ ସତ୍ତ୍ବେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଦାବି ଯାଇ ନାହିଁ । ସୂଚନା କର୍ମୀମାନେ ଆନ୍ଦୋଳନ କୁ ଆହୁରି ତେଜିୟାନ କରିଛନ୍ତି । ଶାସକ ଓ ବିରୋଧୀ ଦଳ ମିଳିବ ଭାବେ ରାଜ୍ୟକୁ ଲୁଟ କରୁଛନ୍ତି | ଗୋଟିଏ ପଟେ ୫ଟି ଓ ମୋ ସରକାର ଓ ଦୁର୍ନୀତି ପ୍ରତି ମୁଖ୍ୟମନ୍ତ୍ରୀ ଙ୍କ ଶୁନ୍ୟ ସହନଶୀଳତା ପ୍ରଚାର ଚାଲୁଥିବା ବେଳେ ସେହି ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିବା ସୂଚନା ଅଧିକାର କର୍ମୀଙ୍କୁ ଆକ୍ରମଣ କାହିଁକି ହେଉଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି |

ତେବେ ସର୍ବେଶ୍ବରଙ୍କ ସମେତ ରାଜ୍ୟର ଅନ୍ୟ ସୂଚନା ଅଧିକାର କର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ବିରୁଦ୍ଧରେ ଆସନ୍ତା ଜୁଲାଇ ୬ ତାରିଖରେ ଭୁବନେଶ୍ୱରରେ ପ୍ରତିବାଦ ବିକ୍ଷୋଭ କରାଯିବ ଏବଂ ଜୁଲାଇ ୧୫ ତାରିଖରେ ରାଜ୍ୟବ୍ୟାପି ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ ହେବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି |

Related Posts