ଭୁବନେଶ୍ୱର,୦୫/୦୭ (ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍। ଟିକସ ଫାଙ୍କିବା ଅଭିଯୋଗରେ ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ଚାଲିଛି। ଆଇଆରସି ଭିଲେଜ ସ୍ଥିତ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି । ନିର୍ଦ୍ଦେଶକଙ୍କ ସମେତ କଂପାନୀର ବରିଷ୍ଠ ଅଧିକାରୀଙ୍କ ଘରେ ବି ରେଡ୍ ଚାଲିଛି ।
ସେପଟେ ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ହୋଇଥିବା ସୂଚନା ମିଳିଛି ।ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଇନ୍କମ୍ ଟ୍ୟାକ୍ସର ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିବା ସହ ମାସକୁ କେତେ ଟର୍ନ ଓଭର ହେଉଛି, ସେହି ଅନୁସାରେ ଏହି ବ୍ୟାବସାୟିକ ପ୍ରତିଷ୍ଠାନ ଇନ୍କମ୍ ଟ୍ୟାକ୍ସ ଦେଉଛି କି ନାହିଁ ତାର ଯାଞ୍ଚ କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ବ୍ୟାବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ ରହିଛି । ଏହି ସଂସ୍ଥା ନିଜର କନଷ୍ଟ୍ରସନ୍ ସହ ଅନ୍ୟ ବ୍ୟବସାୟରେ କୋଟି କୋଟି ଟଙ୍କା ଲଗାଇଥିବା ସୂଚନା ମିଳିଛି । ତେବେ ଗତ ରାତିରୁ ଟିକସ ଫାଙ୍କିବା ଅଭିଯୋଗରେ ଏକାଧିକ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଥିବା ସୂଚନା ମିଳିଛି।





