ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭି.କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ | ବିଭିନ୍ନ ସ୍ଥାନରେ ତାଙ୍କର ଗସ୍ତକୁ ବିରୋଧ କରୁଛନ୍ତି ବିରୋଧୀ। କେଉଁଠି କଳା ବେଲୁନ ଉଡ଼ାଇ ପ୍ରତିବାଦ କରାଯାଉଛି ତ କେଉଁଠି କଳା ପୋଷାକ ପିନ୍ଧି ଆଉ କେଉଁଠି କାରକେଡ୍ ଉପରକୁ ଅଣ୍ଡାମାଡ଼ କରାଯାଉଛି | ଏହି କ୍ରମରେ ଆଜି ପାଣ୍ଡିଆନଙ୍କ ବୌଦ୍ଧ ଜିଲ୍ଲା ଗସ୍ତକୁ ବିଜେପି କର୍ମୀ କଳା ପତାକା ଦେଖାଇ ଓ ପାଣ୍ଡିଆନ ଗୋ ବ୍ୟାକ ସ୍ଲୋଗାନ ଦେଇ ବିରୋଧ କରିଛନ୍ତି |
ଆଜି ସକାଳେ ୫ଟି ସଚିବ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁ ସଭାସ୍ଥଳକୁ ଯିବା ବେଳେ ବିଜେପି କର୍ମୀମାନେ ବାଟରେ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହାସହ ସହ ପାଣ୍ଡିଆନ ଗୋବ୍ୟକ ନାରା ଦେଇଥିଲେl। ସେହିପରି ଆମ୍ବଗାଁରେ ହେଉଥିବା ସଭାସ୍ଥଳକୁ ପଶିବାକୁ ଉଦ୍ୟମ କରିଥିଲେ ବିଜେପି କର୍ମୀ। ହେଲେ ପୁଲିସ ସେମାନଙ୍କୁ ଅଟକାଇଥିଲେ। ଫଳରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା |





