ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରେଭେନ୍ସା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା +୨ ନାମଲେଖା ପାଇଁ ପ୍ରଥମ କଟ୍‌ଅଫ୍‌ ମାର୍କ | କଳା, ବିଜ୍ଞାନ ଓ ବାଣିଜ୍ୟ 3ଟି ଯାକ ବିଷୟରେ ରେ ରେଭେନ୍ସା +2 କଲେଜ ଆଗରେ ରହିଛି | ରେଭେନ୍ସାରେ କଳାରେ କଟ୍‌ଅଫ୍‌ 80%, ବିଜ୍ଞାନରେ 91.67% ଯାଇଛି | ସେହିପରି ବାଣିଜ୍ୟରେ 79.20% କଟ୍‌ଅଫ୍‌ ସହ ରେଭେନ୍ସା ସବୁଠୁ ଆଗରେ ରହିଛି |

ସେହିପରି +୨ ବିଜ୍ଞାନ ପାଇଁ ୯୦% ସହିତ ୨ୟରେ ବାଲେଶ୍ୱର ଏଫ୍‌ଏମ୍ ଓ ୩ୟରେ ୮୯% ସହିତ ବିଜେବି କଲେଜ ରହିଛି | ସେହିପରି କଳାରେ ୭୯% ସହିତ ୨ୟ ରାଉରକେଲା ସରକାରୀ କଲେଜ ଓ ୩ୟରେ ୭୮.୬୭% ସହିତ ଡିଏଭି ଟିଟିଲାଗଡ଼ ରହିଛି | ସେପଟେ ବାଣିଜ୍ୟରେ ୭୭.୩୩% ସହିତ ୨ୟରେ ରାଉରକେଲା ସରକାରୀ କଲେଜ ଓ ୩ୟରେ ୭୩% ସହିତ ରହିଛି ବିଜେବି କଲେଜ |

ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ କଟ୍ ଅଫରେ ୪,୧୨,୩୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ପ୍ରଥମ କଟ୍ ଅଫରେ ୨ଲକ୍ଷ ୩ହଜାର ୫୪୩ ଛାତ୍ର ଏବଂ ୨ଲକ୍ଷ ୮ହଜାର ୭୭୮ ଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି କଳାରେ ସର୍ବାଧିକ ୨,୫୩,୧୭୮ ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ ୧,୨୧,୦୨୩ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ବାଣିଜ୍ୟରେ ୨୫ହଜାର ୧୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିବା ବେଳେ ଜୁଲାଇ 7 ରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Related Posts