ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ହଟହଟା: ସ୍ଥାୟୀ ନିଯୁକ୍ତି ଦାବିରେ କଟକରେ ଘେରିଲେ ଚୁକ୍ତିଭିତ୍ତିକ ନର୍ସିଂ ଷ୍ଟାଫ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାରୀ ଆଜି କଟକରେ ହଟହଟା ହୋଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆଚର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଯାଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ ଷ୍ଟାଫ ଘେରିଛନ୍ତି। ତେବେ ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ ମନ୍ତ୍ରୀଙ୍କୁ ଅଟକ ରଖିଥିଲେ।

ପ୍ରାୟ ଅଧ ଘଂଟା ଯାଏଁ ଅଟକ ପରେ ସମସ୍ତ ସୁରକ୍ଷା ବ୍ୟବସ୍ଥାରେ ମନ୍ତ୍ରୀ ମେଡିକାଲ ପରିସରରୁ ଚାଲି ଚାଲି ବାହାରିଥିଲେ। ତେବେ ଚୁକ୍ତିଭିତ୍ତିକ ପାରା ମେଡିକାଲ ଓ ନର୍ସିଂ କର୍ମଚାରୀମାନେ ରାସ୍ତା ଉପରେ ଶୋଇ ନିଜର ଦାବି ଜଣାଇଥିଲେ।

ସୂଚନା ଅନୁସାରେ, ପ୍ରାୟ ୧୯୦ ଜଣ କର୍ମଚାରୀ ଏଠାରେ ଦୀର୍ଘ ୮ ବର୍ଷ ହେବ ଠିକା ଭାବେ କାର୍ଯ୍ୟ କରି ଆସୁଛନ୍ତି ।

Related Posts