ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଭୟଙ୍କର ନିଆଁ | ହାୱାଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ ପାଗିଡ଼ିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ମିଳିଛି |
ତେବେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ | ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଟ୍ରେନ ରୁ ଓଲ୍ହାଇ ଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି | ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି | ଟ୍ରେନର ଏକାଧିକ ବଗିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି | ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି |





