ଭୁବନେଶ୍ବର,୧୮/୧(ସତ୍ୟପାଠ ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ତ ଜାଗୁଳା ପଞ୍ଚାୟତ ହାଇସ୍କୁଲରେ ପଡିଛି ତାଲା । ତେଣୁ ଶତାଧିକ ଛାତ୍ରଛାତ୍ରୀ ମାନେ ଗୁରୁବାର ପରୀକ୍ଷା ଦେଇ ନପାରି ବିଦ୍ୟାଳୟ ଆଗରେ ଖରାରେ ବସିଛନ୍ତି। ଏଥିସହ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ବିଦ୍ୟାଳୟ ଆଗରେ ଛିଡ଼ା ହୋଇଛନ୍ତି। ଏହି ବିଦ୍ୟାଳୟ ୫ଟିରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ବିଦ୍ୟାଳୟ କାର୍ଯ୍ୟ କରିଥିବା ଠିକାଦାର ଦୀର୍ଘ ବର୍ଷେ ହେଲା ନିଜର ପ୍ରାପ୍ୟ ପାଇ ନଥିବାରୁ ସେ ବାଧ୍ୟ ହୋଇ ବିଦ୍ୟାଳୟରେ ତାଲା ପକାଇ ଦେଇଛି ।ଫଳରେ କିଛି ଛାତ୍ରଛାତ୍ରୀ ବାଧ୍ୟ ହୋଇ ପରୀକ୍ଷା ଦେଇ ନ ପାରି ଘରକୁ ଫେରି ଯାଇଥିଲେ।
ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଅଂଚଳବାସୀ ଦାବୀ ରଖିଛନ୍ତି। ଏଥି ସହ କେଉଁ ପରିସ୍ଥିତିରେ ଠିକାଦାରଙ୍କ ପ୍ରାପ୍ୟ ମିଳିଲା ନାହିଁ ତାହାର ତଦନ୍ତ ଦାବୀ କରିଛନ୍ତି।





