ଭୁବନେଶ୍ବର,୧୮/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ଶେଷ ହେବ ନେଇ ଗୁରୁବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଆମିକସ୍ କ୍ୟୁରି ଏନ୍.କେ ମହାନ୍ତି। ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଆମିକସ୍ କ୍ୟୁରି କହିଛନ୍ତି । ହାଇକୋର୍ଟ ଏନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାର୍ଯ୍ୟ ଜାରି ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏଏସଆଇର ମରାମତି କାମ ଅନୁଧ୍ୟାନ ପାଇଁ ହାଇକୋର୍ଟ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିଥିଲେ ।





