ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ବିଜେପି ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା ହୋଇଛି । ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା କରାଯାଇଛି ।
ଯୁବ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି । ସେହିଭଳି ମହିଳା ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଓବିସି ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୃଷକ ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର, ଅନୁସୁଚିତ ଜାତି (ଏସ୍ସି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ସଂପାଦକ ରମେଶ ସାହୁ ଏବଂ ଅନୁସୁଚିତ ଜନଜାତି (ଏସ୍ଟି) ମୋର୍ଚ୍ଚା ପ୍ରଭାରୀ ଭାବେ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି ।





