ଭୁବନେଶ୍ବର,୧୮/୧(ସତ୍ୟପାଠ ବ୍ୟୁରୋ): କୋଚିଂ ସେଣ୍ଟରକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏହି ଗାଇଡଲାଇନରେ ବିଶେଷ ଭାବେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ କୋଚିଂ ସେଣ୍ଟରଗୁଡିକ ଉପରେ ମଧ୍ୟ କଡା ଆଭିମୁଖ୍ୟ ଦେଖାଇଛନ୍ତି କେନ୍ଦ୍ର ସରକାର । କୌଣସି କୋଚିଂ ସେଣ୍ଟର ତରଫରୁ ଲୋଭ ଦେଖାଇ ପିଲାମାନଙ୍କୁ ଆକର୍ଷିତ କରିପାରିବେ ନାହିଁ ସମସ୍ତ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ଶେଷ ପରେ କୋଚିଂ ନେଇପାରିବେ ବୋଲି କେନ୍ଦ୍ର ସରକାର ଆଣିଥିବା ଗାଇଡଲାଇନରେ କୁହାଯାଇଛି କି, ।
ଅନ୍ୟପଟେ କୋଚିଂ ସେଣ୍ଟରରେ ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କୌଣସି ଶିକ୍ଷକ ରହିପାରିବେ ନାହିଁ । ଏହାସହ ଭଲ ରାଙ୍କ ଓ ଭଲ ମାର୍କ ନେଇ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେ ନାହିଁ କୋଚିଂ ସେଣ୍ଟର ମାଲିକ ବୋଲି ଗାଇଡଲାଇନରେ କହିଛନ୍ତି କେନ୍ଦ୍ର ସରକାର।





