ଭୁବନେଶ୍ୱର,୨୨/୧(ସତ୍ୟପାଠ ବ୍ୟୁରୋ): ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପୂର୍ଣ୍ଣ ରୀତିନୀତିରେ ସହ ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵାରା ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ଶୁଭ ମୁହୂର୍ତ୍ତ ରହିଥିଲା, ଯାହା ଦ୍ୱିପହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଥିଲା । ତେବେ ମୋଦୀ ପ୍ରଥମେ ସରଯୁ ନଦୀରେ ସ୍ନାନ କରି ଆସିବା ପରେ ଆରମ୍ଭ ହୋଇଥିଲା ଏହି ରୀତିନୀତି । ମୋଦୀ ଅଯୋଧ୍ୟାରେ ୪ ଘଣ୍ଟା ରହି ସମସ୍ତ ରୀତି ସମ୍ପନ୍ନ କରିବାର ସୂଚନା ରହିଛି ।
