ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଛି। OSRTC ବସ୍କୁ ପଛରୁ ଏକ ଘରୋଇ ବସ୍କୁ ଧକ୍କା ଦେଇଛି ଘରୋଇ ବସ। ଏହି ଦୁର୍ଘଟଣାରେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ସାଇଟ୍ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍ର ବ୍ରେକଫେଲ ହୋଇଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।





