ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ):    ମଙ୍ଗଳବାର କୁନୋ ଜାତୀୟ ଉଦ୍ୟାନରେ ତିନୋଟି ନୂତନ ଚିତା ଶାବକ ଜନ୍ମ ହୋଇଛନ୍ତି। ମହିଳା ଚିତା ଜ୍ୱାଳା ତିନି ଶାବକକୁ ଜନ୍ମ ଦେଇଛି। ସମସ୍ତ ତିନୋଟି ଶାବକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହାପୂର୍ବରୁ ଜ୍ୱାଳାଚିତା ଚାରି ଶାବକକୁ ଜନ୍ମ ଦେଇଥିଲା। ସେଥିମଧ୍ୟରୁ ତିନୋଟି ଶାବକ ମରିଯାଇଛନ୍ତି।

ମଙ୍ଗଳବାର କୁନୋ ନ୍ୟାଶନାଲ ପାର୍କରେ ଚିତା ଶାବକ ଜନ୍ମ ହେବା ପରେ ଚିତା ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଏଥିରେ ସାତୋଟି ଶାବକ ମଧ୍ୟ ସାମିଲ। ପ୍ରାୟ ଏକ ମାସ ପୂର୍ବେ ନାମ୍ବିଆରୁ ଆଣିଥିବା ମହିଳା ଚିତା ଆଶା ତିନି ଶାବକକୁ ଜନ୍ମ ଦେଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୨୦୨୩ରେ ଚିତା ଜ୍ୱାଳା ଚାରି ଶାବକ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର କିଛି ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା।