ବିଜେଡି ସହ ବିଜେପର ବାହାଘର କଲା କଂଗ୍ରେସ

ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ):  ରାଜଧାନୀରେ ଚାଲିଛି ପଲିଟିକାଲ ବିବାହ। ବିଜେପି ସହ ବିଜେଡିର ବାହାଘର। ଆଜ୍ଞା ହଁ କଥାଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ କଥା ଟା ସତ। ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରି ଏପରି ଢଙ୍ଗରେ କଟାକ୍ଷ କରି ବିଜେଡି ସହିତ ବିଜେପିର ବାହାଘର କରାଯାଉଛି କଂଗ୍ରେସ ।

ଏଥିପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯିବା ସହ ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଛି।ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇଥିବା ବେଳେ ଆଜି ହିଁ ବରାନୁଗମନ ହେgବା କଂଗ୍ରେସ ପକ୍ଷରୁ କୁହାଯାଇଛି। କଂଗ୍ରେସ କହିଛି, ୨୫ ବର୍ଷ ହେଲା ଏକାଠି ରହୁଛନ୍ତି ବିଜେପି ଓ ବିଜେଡି। ତେଣୁ ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି।

କଂଗେସ ଦ୍ୱାର ବଣ୍ଟା ହେଉଥିବା ନିମନ୍ତ୍ରଣ କାର୍ଡ

ପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ନେତାମାନେ କେନ୍ଦ୍ରରେ ବିଜେଡି-ବିଜେପିର ମଧୁଚନ୍ଦ୍ରିକା ନେଇ ଅଭିଯୋଗ କରିଛନ୍ତି। ନିକଟରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କେନ୍ଦ୍ରରେ କୋଳାକୋଳି ସ୍ଥିତି ନେଇ କଟାକ୍ଷ କରିଥିଲେ। କିନ୍ତୁ ଆଜି କଂଗ୍ରେସ ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି । ବେଦୀରେ ବ୍ରାହ୍ମଣ ବିବାହ ମନ୍ତ୍ର ପାଠ କରୁଛନ୍ତି ଆଉ ଅନ୍ୟପଟେ ବାଜା ବାଜୁଛି । ବିବାହ କାର୍ଡରେ ଲେଖାଯାଇଛି ବିଜେଡି ୱେଡ୍ସ ବିଡେପି ।

Related Posts