ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): ବିହାରରେ ପୁଣି ଥରେ ନୀତୀଶ ସରକାର। ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ନୀତୀଶଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ରାଜଭବନରେ ଆଜି ଅପରାହ୍ନରେ ନୀତୀଶଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବିହାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର। NDA ସମର୍ଥନରେ ନୀତୀଶ ହେଲେ ମୁଖ୍ୟମନ୍ତ୍ରୀ। ସେହିପରି ବିଜେପିରୁ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ନୀତୀଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶପଥ ।
ସୂଚନାଯୋଗ୍ୟ, ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା। କଂଗ୍ରେସ ଓ ଆରଜେଡି ସହ ଦେଢ଼ ବର୍ଷର ସମ୍ପର୍କକୁ ଛିନ୍ନ କରି ଏନଡିଏରେ ସାମିଲ ହୋଇଛନ୍ତି। ଇସ୍ତଫା ପରେ ରାଜ୍ୟପାଳଙ୍କୁ ଭେଟି NDAର ସମର୍ଥନ ପତ୍ର ଦେବା ସହ ନୂଆ ସରକାର ଗଠନ ପାଇଁ ମଧ୍ୟ ଆଜି ଦାବି ଜଣାଇଥିଲେ ନୀତୀଶ । ଦାବି ପତ୍ରରେ ୧୨୮ ବିଧାୟକଙ୍କ ସମର୍ଥନ ଥିବା ନୀତୀଶ ଜଣାଇଥିଲେ।





