ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସର ପ୍ରଗମନ୍ ଅଭିଯାନ; ଆଜି ଠାରୁ ଟିକେଟ ଆଶାୟୀମାନେ କରିପାରିବେ ଅନଲାଇନ ଆବେଦନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଟିକେଟ୍ ଆଶାୟୀଙ୍କ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ । ଓଡ଼ିଶାରେ ଆରମ୍ଭ ହେଲା ପ୍ରଗମନ୍ ଅଭିଯାନ । ଆଜିଠାରୁ ୧୧ ଫେବ୍ରୁଆରୀ ଯାଏଁ ଆଶାୟୀମାନେ ଅନଲାଇନରେ ଆବେଦନ କରିପାରିବେ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପ୍ରଗମନ୍ ଡଟ୍ ଇନରେ ଆବେଦନ କରିହେବ ।

ଉଭୟ ବିଧାନସଭା ଓ ଲୋକସଭା ଟିକେଟ୍ ପାଇଁ ଆବେଦନ କରାଯାଇପାରିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ୍ ଦେବ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଏହି ୱେବ୍ସାଇଟ୍କୁ ଲଂଚ କରିଛନ୍ତି ପ୍ରଭାରୀ ଅଜୟ କୁମାର ।

Related Posts