ସୁପାରିଶର ଯୁଗ ଶେଷ,ବିଧାୟକ ଏବଂ ସାଂସଦଙ୍କ ଟିକଟ ବଣ୍ଟନରେ ସ୍ୱଚ୍ଛତା ଆଣିବ କଂଗ୍ରେସର ପ୍ରଗମନ ଯୋଜନା: ଡ଼ ଅଜୟ କୁମାର

ଭୁବନେଶ୍ୱର-୪/୨: ରାଜନୀତିରେ ସ୍ୱଚ୍ଛତା ଆଣିବା ପାଇଁ ଏବଂ ରାଜ୍ୟରେ ଆସନ୍ତା ବିଧାନସଭା ଏବଂ ଲୋକସଭା ନିର୍ବାଚନ ରେ ଟିକେଟ ବଣ୍ଟନ ରେ ସ୍ୱଚ୍ଛତା ପାଇଁ କଂଗ୍ରେସ ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଓଡିଶା ରୁ ଏକ ଐତିହାସିକ ଯୋଜନାର ଘୋଷଣା କରାଯାଇଛି। ପ୍ରୋଜେକ୍ଟ “ପ୍ରଗମନ” ଦେଶରେ ନେତୃତ୍ୱ ପାଇଁ ସୁଯୋଗ କାର୍ଯ୍ୟକାରୀ କରିବ କଂଗ୍ରେସ ଦଳ।ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଏଭଳି ସୂଚନା ପ୍ରଦାନ କରି ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡ଼. ଅଜୟ କୁମାର।

ଡ଼ ଅଜୟ କୁମାର ସାମ୍ୱାଦିକଙ୍କୁ ସୂଚନା ପ୍ରଦାନ କରି କହିଥିଲେ ବିଧାୟକ ଓ ସାଂସଦ ପାର୍ଥି ପାଇଁ କଂଗ୍ରେସ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଏକ ଐତିହାସିକ ଅନଲାଇନ ପୋର୍ଟାଲର ଶୁଭାରମ୍ଭ କରିଛି ଓଡିଶାରୁ। www.pragaman.in ପୋର୍ଟାଲ ଜରିଆରେ ବିଧାୟକ ଓ ସାଂସଦ ପାର୍ଥି ପାଇଁ ଓଡ଼ିଶାର ଜନସାଧାରଣ ଏବଂ ଯୁବକ ଓ ଯୁବତୀମାନେ ଅନଲାଇନ ମାଧ୍ୟମରେ ବିଧାନସଭା ଏବଂ ଲୋକସଭା ପାର୍ଥି ହେବା ପାଇଁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।ଯେଉଁମାନେ ଲୋକଙ୍କ ସହ ରହିଥିବେ, ଯେଉଁମାନଙ୍କର ସଂଗଠନ ଭଲ ଥିବ ସେଭଳି ଜନତାଙ୍କୁ ପାର୍ଥି ହେବାକୁ ସୁଯୋଗ ଦେବ କଂଗ୍ରେସ ଦଳ। ଏହାଦ୍ଵରା ଦେଶର ସାଧାରଣଲୋକଙ୍କୁ ଏକ ବଡ ସୁଯୋଗ ମିଳିବ। ଦେଶରେ କୌଣସି ଦଳ ଯୁବକ ଏବଂ ଯୁବତୀଙ୍କୁ ଏଭଳି ସୁଯୋଗ ଦେଇନାହିଁ। ସମ୍ପୂର୍ଣ ସ୍ୱଚ୍ଛତାର ସହ ଏହି ଆବେଦନ ପ୍ରକ୍ରିୟା ରେ କଂଗ୍ରେସ ଦଳ ନିଷ୍ପତି ନେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ଉଭୟ ବିଜେଡି ଏବଂ ବିଜେପି ଦଳ ପାର୍ଥି କରିବା ଭଳି ପ୍ରକ୍ରିୟା ଏଠାରେ ହେବନାହିଁ ବୋଲି ସେ ପ୍ରକାଶ କରିଥିଲେ।

ସେ କହିଥିଲେ କି ସୁପାରିଶ ର ଯୁଗ ଶେଷ, ଅର୍ଥର ଚାହିଦା ନୁହେଁ ନେତୃତ୍ୱ ହିଁ ଯୋଗ୍ୟତାର ମାପକାଠି ହେବ,ଏବେ ଆପଣ ଓଡ଼ିଶାର ସ୍ୱର ହୁଅନ୍ତୁ,ଯଦି ଆପଣଙ୍କ ପାଖରେ ଅଛି ସେବା କରିବାର ମାନବିକତାର ବିଚାର ତେବେ ଆପଣଙ୍କ ପାଇଁ କଂଗ୍ରେସର ଦ୍ୱାର ଖୋଲା।ଯେଉଁମାନେ ପ୍ରକୁତରେ ଲୋକଙ୍କର ଓ ରାଜ୍ୟର ସେବା କରିବାକୁ ଚାହୁଁଛନ୍ତି,କଂଗ୍ରେସର ଏହି ଐତିହାସିକ ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ ଦେଲେ ଓଡିଶା ପ୍ରଭାରୀ ଡ଼ ଅଜୟ କୁମାର।

Related Posts