ଝାଡ଼ଖଣ୍ଡ ବିଧାନସଭା; ଆସ୍ଥା ଭୋଟ୍ ଜିତିଲେ ଚମ୍ପଇ ସୋରେନ

ଭୁବନେଶ୍ୱର,୫/୨(ସତ୍ୟପାଠ ବ୍ୟୁରୋ):  ଆସ୍ଥା ଭୋଟ୍ ଜିତିଲେ ଚମ୍ପାଇ ସୋରେନ। ଆଜି ବିଧାନସଭାରେ ଚାଲିଥିବା ଫ୍ଲୋର୍ ଟେଷ୍ଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରି ସରକାର ଗଢ଼ିଛନ୍ତି ଚମ୍ପାଇ।

ଏହି ବିଜୟ ସହ ଝାଡଖଣ୍ଡରେ ଆରମ୍ଭ ହୋଇଛି ଚମ୍ପାଇ ସରକାର।

ଜାନୁଆରୀ 31ରେ ହେମନ୍ତ ସୋରେନଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାପରେ କିଏ ରାଇଜ ମୁଖିଆ ହେବେ, ସେନେଇ ବିଚାରବିମର୍ଶ ହୋଇଥିଲା। ବହୁ ନୂଆ ଚେହେରା ମଧ୍ୟରେ ଶେଷରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା। ଫେବ୍ରୁଆରୀ 2ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଚମ୍ପାଇ।

କିନ୍ତୁ ଚମ୍ପାଇଙ୍କୁ ପୂର୍ଣ୍ଣ ବହୁମତର ପ୍ରମାଣ କରିବାକୁ ପଡିଥିଲା। ଏଥିପାଇଁ ଦୁଇ ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯାଇଥିଲା। ୮୧ ସଦସ୍ୟ ବିଶିଷ୍ଟ ଝାଡଖଣ୍ଡ ବିଧାନସଭାର ସଂଖ୍ୟାଗରିଷ୍ଠତା ପାଇଁ ୪୧ ଭୋଟ୍ ଆବଶ୍ୟକ ଥିଲା। ଚମ୍ପାଇ ସରକାର ୪୭ ବିଧାୟକଙ୍କ ସମର୍ଥନ ସହ ବହୁମତ ପ୍ରମାଣିତ କରିଛନ୍ତି। 

ତଥ୍ୟା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲରୁ ଆସି ଆସ୍ଥା ଭୋଟରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ଇଡି ହେପାଜତକୁ ଯାଇଛି।

Related Posts