ଭୁବନେଶ୍ୱର,୮/୩(ସତ୍ୟପାଠ ବ୍ୟୁରୋ): ପ୍ରସିଦ୍ଧ ବ୍ୟବସାୟୀ ତଥା ଇନଫୋସିସ୍ ଚେୟାରମ୍ୟାନ୍ ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ସୁଧା ମୁର୍ତ୍ତୀଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସୁଧା ମୁର୍ତ୍ତୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହା ମହିଳା ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ।
ମୋଦୀ କହିଛନ୍ତି, ‘ମୁଁ ଏଥିପାଇଁ ବହୁତ ଖୁସି ଯେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ସୁଧା ମୁର୍ତ୍ତୀଙ୍କୁ ରାଜ୍ୟସଭାରେ ମନୋନୀତ କରିଛନ୍ତି ।
ସାମାଜିକ କାର୍ଯ୍ୟ, ପରୋପକାର ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧା ମୁର୍ତ୍ତୀଙ୍କର ଅବଦାନ ଅତୁଳନୀୟ ଏବଂ ପ୍ରେରଣାଦାୟକ ଅଟେ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଆମର ‘ମହିଳା ଶକ୍ତି’ପାଇଁ ଏକ ବିରାଟ ପ୍ରମାଣ । ଯେଏ ଆମ ଦେଶର ଭବିଷ୍ୟତ ଗଠନ କରିବାରେ ମହିଳାଙ୍କ ଶକ୍ତି ଏବଂ ସାମର୍ଥ୍ୟର ଏକ ଶକ୍ତିଶାଳୀ ପ୍ରମାଣ ଅଟନ୍ତି । ମୁଁ ତାଙ୍କର ସଫଳ ସଂସଦୀୟ କାର୍ଯ୍ୟକାଳର କାମନା କରୁଛି ବୋଲି କହିଛନ୍ତି ମୋଦୀ । ‘
ସୁଧା ମୁର୍ତ୍ତୀ ଇନଫୋସିସ୍ ଫାଉଣ୍ଡେସନର ଚେୟାରମ୍ୟାନଙ୍କ ପତ୍ନୀ ଅଟନ୍ତି । ଏଥିସହ ସେ ଜଣେ ଶିକ୍ଷକ ଏବଂ ଲେଖକ ମଧ୍ୟ । ସେ ଅନେକ ପୁସ୍ତକ ଲେଖିଛନ୍ତି। ସେ ୧୯ ଅଗଷ୍ଟ ୧୯୫୦ ରେ ଶିଗାଓଁରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ ରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କୁ ବିବାହ କରିଥିଲେ | ତାଙ୍କର ଝିଅ ଅକ୍ଷରା ମୁର୍ତ୍ତୀ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ। ସୁଧା ମୁର୍ତ୍ତୀଙ୍କ ପୁଅର ନାମ ରୋହନ ମୁର୍ତ୍ତୀ | ୭୪ ତମ ଗଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା।





