ଭୁବନେଶ୍ୱର,୯/୩ (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରରୁ ଖସିଛି ପଥର। ଶ୍ରୀମନ୍ଦିର ଭିତରେ ଥିବା ଏକାଦଶୀ ମନ୍ଦିରର ଉପର ଭାଗରୁ ପଥର ଖସିଥିବା ନେଇ ସୂଚନା ମିଳିଛି। ତେବେ ମନ୍ଦିରରୁ ପଥର ଖସିଥିଲେ ମଧ୍ୟ ଏଥିରେ କାହାର କିଛି ବି କ୍ଷତି ଘଟିନି। କେହି ବି ସେବାୟତ କିମ୍ବା ଭକ୍ତ ଆହତ ହେଇନାହାନ୍ତି। ବର୍ତ୍ତମାନ ପାଇଁ ପଥରଟିକୁ ଶ୍ରୀମନ୍ଦିର ଗାରଦରେ ଜମା କରାଯାଇଥିବାବେଳେ, ପଥରଟି କେଉଁଠୁ ପଡିଛି ସେ ନେଇ ଏଏସଆଇ ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି।
ପଶ୍ଚିମ-ଦକ୍ଷିଣ କୋଣ ବରାହ ମନ୍ଦିର ନିକଟ ଏକାଦଶୀ ମନ୍ଦିର ଉପରେ ପଥର ଖଣ୍ଡ ଖସିଛି। ଏହାର ଆକାର ୧୫ ଇଞ୍ଚ ଲମ୍ବା ଓ ଓସାର ୫ ଇଞ୍ଚ ବୋଲି କୁହାଯାଉଛି। ନିକଟରେ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିରର ଏହି ପାର୍ଶ୍ୱରୁ କିଛି ପଥର ବଦଳାଯାଇ ନୂଆ ପଥର ଲଗାଯାଇଥିଲା।





