ଭୁବନେଶ୍ୱର,୧୨/୩(ସତ୍ୟପାଠ ବ୍ୟୁରୋ): ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନି। ତାଙ୍କୁ ରାଜ୍ୟପାଳ ଭଣ୍ଡାରୁ ଦତ୍ତାତ୍ରେୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ନାୟବ ସିଂହ ଶପଥ ନେଇଛନ୍ତି। ତେବେ ମଞ୍ଚ ଉପରେ ଶପଥ ନେବା ପୂର୍ବରୁ ନାୟବ ପ୍ରଥମେ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।
ଏହାପୂର୍ବରୁ ବିଜେପିର ରାଜ୍ୟ ସଭାପତି ନାୟବ ସଂହ ସୈନିଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ସୈନି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ସେ ନିଜର ଘନିଷ୍ଠ ବିଧାୟକମାନଙ୍କୁ ସାଙ୍ଗରେ ନେଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଥିଲେ।





