ବିଜେଡି ଛାଡିଲେ ଆକାଶ ଦାସ ନାୟକ

ଭୁବନେଶ୍ୱର,୩୦/୩(ସତ୍ୟପାଠ ବ୍ୟୁରୋ): ବିଜେଡି ଛାଡିଲେ ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ। ସେ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି।  

ଆକାଶ ଦାସ ନାୟକ ୨୦୧୪ରୁ ୨୦୧୯ ଯାଏଁ ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଥିଲେ।

 ସେ ଦଳ ଛାଡିବା ପରେ ସେ କହିଛନ୍ତି ଆଜି ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଛି । ମୋର ଆତ୍ମସମ୍ମାନ ପାଇଁ ମୋର ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳର ପ୍ରାଥମିତ ସଦସ୍ୟ ପଦରୁ ଇସ୍ତଫା ଦେଇଛି । ମୋର ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ ।

Related Posts