ଭୁବନେଶ୍ୱର,୦୩/୫(ସତ୍ୟପାଠ ବ୍ୟୁରୋ): ସ୍ବାଧୀନ ଭାବେ ବାଲେଶ୍ବରରୁ ଲୋକସଭା ନିର୍ବାଚନ ଲଢିବେ ଖାରବେଳ ସ୍ବାଇଁ । ପ୍ରତାପଙ୍କୁ ଦଳୀୟ ଟିକେଟ ପରେ ଅସନ୍ତୁଷ୍ଟ ଥିବା ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ ସ୍ବାଧୀନ ଭାବେ ଲଢିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଟିକେଟ ପାଇଁ ଆଶାୟୀ ଥିଲେ । କିନ୍ତୁ ପ୍ରତାପ ଷଡଙ୍ଗୀଙ୍କୁ ଟିକେଟ୍ ମିଳିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।
ତେବେ ବର୍ତ୍ତମାନ ଖାରବେଳ ବିଜେପିରେ ଅଛନ୍ତି । ପୂର୍ବରୁ ସେ କହିଥିଲେ କି ସେ ଦଳରେ ଅଛନ୍ତି ଏବଂ ରହିବେ । ସ୍ବାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ ବିଜୟ ଲାଭ କରିବା ପରେ ପୁଣି ବିଜେପିରେ ମିଶିବାକୁ ଦରଖାସ୍ତ ଦେବେ ।





