ଚାକିରିରୁ ବିଦା ହେଲେ ନବ ଦାସଙ୍କ ପୂର୍ବତନ ପିଏସ୍ଓ

ଭୁବନେଶ୍ୱର,୩/୧୦(ସତ୍ୟପାଠ ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ପୂର୍ବତନ ନିଲମ୍ବିତ ପର୍ସନାଲ ସିକ୍ୟୁରିଟ ଅଫିସର (ପିଏସ୍ଓ ) ମିତ୍ରଭାନୁ ଦେଓଙ୍କୁ ପୁଲିସ ଚାକିରି ହରାଇବାକୁ ପଡ଼ିଛି। ସେ ଏହି ହତ୍ୟା ମାମଲାରେ ପୂର୍ବରୁ ନିଜର ଦାୟିତ୍ଵ ତଥା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ମାତ୍ର ଇତି ମଧ୍ୟରେ ତାଙ୍କୁ ଚାକିରିରୁ ବହିଷ୍କୃତ କର।ଯାଇଛି ।

ପ୍ରକାଶଯୋଗ୍ୟ, ୨୦୨୩ ଜାନୁଆରୀ ୩୦ ତାରିଖ ଦିନ ନବ ଦାସଙ୍କୁ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ ସେଠି କାର ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ। ସେ ହି ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ାର ତତ୍କାଳୀନ ଏସ୍ ପି ରାହୁଳ ଜୈନ, ବ୍ରଜରାଜନଗରର ତତ୍କାଳୀନ ଏସଡିପିଓ ଗୁପ୍ତେଶ୍ଵର ଭୋଇ ଏବଂ ବ୍ରଜରାଜନଗର ଥାନାର ଇନସ୍ପେକ୍ଟର ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ବଦଳି କରାଯାଇଥିଲା। ତା ସାଙ୍ଗକୁ ହତ୍ୟା ଘଟଣା ଦିନ ନବ ଦାସଙ୍କ ସାଥିରେ ଥିବା ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଥିଲା ।

Related Posts