ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଛତିଶଗଡ ବିଜାପୁରରେ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ । ମାଓବାଦୀଙ୍କ ନାଁରେ ଥିଲା ୮୭ ଲକ୍ଷ ଟଙ୍କାର ପୁରସ୍କାର । ଓଡିଶା କେକେବିଏନ୍ ଡିଭିଜନରେ ସକ୍ରିୟ ଥିବା ଜଣେ ମାଓବାଦୀଙ୍କ ସମେତ ବହୁ କାଡର ମାଓବାଦୀ ବିଜାପୁର ଠାରେ ଆତ୍ମସମର୍ପଣ କରିଛନ୍ତି । ତେବେ ମାଓବାଦୀଙ୍କ ପିଏଲଜିଏ କମ୍ପାନୀର କମାଣ୍ଡର, ବାଟାଲିୟନ ନଂ ୧, ମାଓ ଡିଭିଜନ କମିଟିର ବହୁ କମାଣ୍ଡର ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରି ଥିବା ୨୪ ମାଓବାଦୀଙ୍କ ନାଁରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସମସ୍ତଙ୍କୁ ୫୦ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରି ବିଜାପୁର ଏସପି ସେମାନଙ୍କୁ ସମାଜର ମୁଖ୍ୟ ଧାରାକୁ ସ୍ବାଗତ କରିଛନ୍ତି ।





