ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):କେନ୍ଦୁଝର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ରାଜା ଚକ୍ର । ତେବେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଅର୍ଥ ଅନିୟମିତତା ନେଇ ଏପ୍ରିଲ-୨୦୨୫ରେ ଲୋଡିଂ ଏଜେନ୍ସିର ସଦସ୍ୟ ସୁଶାନ୍ତ ବାରିକ ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ ସଦର ଥାନା ପକ୍ଷରୁ ୧୮୪/୨୫ କେସ୍ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାଟିକୁ ସିଆଇଡି – ସିବିକୁ ହସ୍ତାନ୍ତର ହୋଇଥିଲା । ସେପଟେ EOW ପଞ୍ଝାରେ ଫସିଥିଲେ ରାଜା ଚକ୍ର । ଆଜି ତାଙ୍କୁ ସ୍ୱତନ୍ତ୍ର ସୁରକ୍ଷା ବଳୟ ଭିତରେ କେନ୍ଦୁଝର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି ।





