ପଟ୍ଟାମୁଣ୍ଡାଇ ଯୁବତୀ ପୋଡି ଘଟଣା: ବନ୍ଧା ହେଲେ ପୁରୁଷବନ୍ଧୁ ପ୍ରମୋଦ ବେହେରା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଟ୍ଟାମୁଣ୍ଡାଇ ବ୍ଲକ୍‌ କାଠିଆପଡ଼ା ଗ୍ରାମର ଯୁବତୀ ପୋଡି ହୋଇ ମୃତ୍ୟୁ ଘଟଣାରେ ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ବାନ୍ଧିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ l ଏହି ଘଟଣାରେ ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଥିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୁଲିସ l ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ଉପରେ କେଶ ନମ୍ବର ୨୮୪ରେ ମାମଲା ରୁଜୁକରି ଭାରତୀୟ ନ୍ୟାୟ ସଂହିତା ୨୯୬,୭୫,୭୮,୧୦୮,୬୬ ଇ, ୬୭ଏ ପରି ସଂଗୀନ ଦଫା ଲାଗିଛି।

ଯୁବତୀଙ୍କ ପୁରୁଷବନ୍ଧୁ ତେରୋହୀ ଗ୍ରାମର ଯୁବକଙ୍କୁ ପୁଲିସ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣିଥିଲା। କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କାଟେରିଆ ଫରେନ୍‌ସିକ୍‌ ବିଶେଷଜ୍ଞମାନଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତେବେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଏସ୍‌ପି କହିଥିଲେ। ତଦନ୍ତ ପ୍ରକ୍ରିୟା ଠିକ୍‌ ଦିଗରେ ଚାଲିଛି। ତରବର ହେଲେ ଏହାର ଦିଗ ଭୁଲ ବାଟରେ ଯାଇପାରେ। ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରି ଯାଇଛନ୍ତି। ପୁଲିସର ଅନୁରୋଧକ୍ରମେ ଫରେନ୍‌ସିକ୍‌ ଏକ୍ସପର୍ଟମାନେ ପୁଣି ଘଟଣାସ୍ଥଳକୁ ଆସି ତଦନ୍ତ କରିଛନ୍ତି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍‌ପି କହିଥିଲେ। ମୃତ ଯୁବତୀଙ୍କ ବାପାଙ୍କୁ ଗୋଟିଏ ଘରେ ବସାଇ ପଚରାଉଚରା କରାଯିବା ସହ ପୁଲିସ ଓ ଫରେନ୍‌ସିକ୍‌ ଟିମ୍‌ ଘର ଛାତ ଉପରକୁ ଯାଇ ଆତ୍ମଦାହସ୍ଥଳରୁ ନମୁନା ସଂଗ୍ରହ କରିଥିଲା।

Related Posts