ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟ୍ରମ୍ପ ଜାରି କଲେ ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣର ସମୟ। କହିଲେ ଚୁକ୍ତିରେ ରାଜି ନହେଲେ ସଂମଗ୍ର ଦେଶକୁ ଧ୍ୱଂସକରିପାରେ । ତେବେ ଡୋନାଲ୍ଡ ଟ୍ରମ୍ପଇରାନ ବିରୋଧରେ ଏକ କଠୋର ଏବଂ ଅପମାନଜନକ ବିବୃତି ଜାରି କରି ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଧମକ ଦେଇଥିଲେ। ଟ୍ରମ୍ପ କହିଛନ୍ତି, ଯଦି ଏକ ଚୁକ୍ତି ନହୁଏ, ତେବେ ମୁଁ ଇରାନକୁ ଧ୍ୱଂସକରିପାରେ। ସେ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ଏକ ନୂତନ ସମୟସୀମା ମଧ୍ୟ ସ୍ଥିର କରିଛନ୍ତି। ସେପଟେଗଣମାଧ୍ୟମକୁ ଏକ ସାକ୍ଷାତକାର ସମୟରେ ଟ୍ରମ୍ପ୍ କହିଛନ୍ତି ଯେ, ଯଦି ଇରାନ କୌଣସି ଚୁକ୍ତିରେ ରାଜି ନହୁଏ, ତେବେ ଆମେରିକା ସମଗ୍ର ଦେଶକୁ ଧ୍ୱଂସ କରିପାରେ। ସେ ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ସେତୁକୁ ଟାର୍ଗେଟ କରିବାକୁ ମଧ୍ୟ ଇଙ୍ଗିତ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ସମୟ ସୀମାକୁ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ସେ ବୃଦ୍ଧି କରି ଏକ ନୂତନ ଅଲ୍ଟିମେଟମ୍ ଜାରି କରି ତେହେରାନ ପାଖରେ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ପ୍ରଚୁର ସମୟ ଅଛି। ଯଦି ଏହା ନହୁଏ, ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି।ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲର ଏକ ପୋଷ୍ଟରେ, ଆମେରିକା ରାଷ୍ଟ୍ରପତି ଇରାନ ଉପରେ ସମ୍ଭାବ୍ୟ ଆକ୍ରମଣର ସମୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ମଙ୍ଗଳବାର,ପୂର୍ବ ସମୟ ଅନୁସାରେ ରାତି ୮ ଟା!। (ଏହା ଭାରତୀୟ ସମୟ ଅନୁସାରେ ବୁଧବାର (୮ ଏପ୍ରିଲ)ର ପ୍ରାତଃକାଳ ହେବ) ବୋଲି ସୂଚନା ମିଳିଛି ।