(ସତ୍ୟପାଠ ବ୍ୟୁରୋ): ମେ’ରେ ଭାରତ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ଏହି ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ ନୀତି ଉପରେ ଆଲୋଚନା ହେବ । ହ୍ବାଇଟ ହାଉସରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ରୁବିଓଙ୍କ ମଧ୍ୟରେ ବୈଠକ ପରେ ଏହି ଖବର ମିଳିଛି । ଗତ କିଛି ମାସ ଧରି ଟାରିଫ ବା ଶୁଳ୍କ ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା । କିନ୍ତୁ ଏବେ ଦୁଇ ଦେଶର ସଂପର୍କରେ ସୁଧାର ଆସୁଛି । ସେପଟେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ, ‘ମାର୍କୋ ରୁବିଓ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ।’ ଏହି ପୋଷ୍ଟ ୱାଶିଂଟନରେ ରୁବିଓ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ ସହ ସାକ୍ଷାତ କରିବା ପରେ ଆସିଛି । ସେଠାରେ ଉଭୟ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ହେଲେ ଗୋରଙ୍କ ପୋଷ୍ଟରେ ରୁବିଓଙ୍କ ଗସ୍ତର ତାରିଖ ସ୍ପଷ୍ଟ କରାଯାଇ ନାହିଁ।