ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ତେବେ ସେ କହିଛନ୍ତି, ଭାରତ ତୁଳନାରେ ଚୀନ୍ ସାମରିକ ଏବଂ ଆର୍ଥିକ ଦୃଷ୍ଟିରୁ ବହୁ ଗୁଣା ଅଧିକ ଶକ୍ତିଶାଳୀ। ଏହି ସତ୍ୟକୁ ଅଣଦେଖା କରାଯାଇପାରିବ ନାହିଁ। ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ ଖୁର୍ସିଦଙ୍କ ସହ କଥାବାର୍ତ୍ତା ସମୟରେ ସେ ଏଭଳି ଦେଇଛନ୍ତି। ଚୀନ୍ ଆମର ପଡ଼ୋଶୀ, ଏକ ବଡ଼ ଦେଶ, ଏବଂ ଏହାକୁ କମ୍ ଆକଳନ କରିବା ଠିକ୍ ନୁହେଁ। ଚୀନ୍ କେବଳ ଭୂମି କ୍ଷେତ୍ରଫଳରେ ନୁହେଁ ବରଂ ଜନସଂଖ୍ୟାରେ ମଧ୍ୟ ଏକ ବଡ଼ ଦେଶ। ଏହା ବିକଶିତ ଏବଂ ଆମଠାରୁ ଅନେକ ଗୁଣା ଆଗୁଆ ବୋଲି ସେ କହିଛନ୍ତି।
