ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା । କାଲି ୭ ଘଣ୍ଟା ଲୋକେ ଫସିବା ପରେ ଆଜି ବି ଟୁଇନ୍ ସିଟିରେ ରାସ୍ତା ଜାମ୍ । ତେବେ ଦିନକୁ ଦିନ ସୀମା ଟପୁଛି ଟ୍ରାଫିକ୍ ଯନ୍ତ୍ରଣା। କିନ୍ତୁ ପ୍ରରିବହନ ବିଭାଗ ଏଥିପ୍ରତି ଯେମିତି ଆଖି ବୁଜି ଦେଇଛି। କମିଶନରେଟ୍ ପୁଲିସ ବି ହାତ ଟେକି ଦେଇଛି। ଏହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। ଅସହ୍ୟ ଗୁଳୁଗୁଳି ସାଂଗକୁ ମଝି ରାସ୍ତାରେ ଟ୍ରାଫିକ୍ ଯନ୍ତ୍ରଣା। ଜାମ୍ ଟୁଇନ୍ ସିଟିର ମୁଖ୍ୟ ରାସ୍ତା। କାଲି ଅପରାହ୍ନ ୩ରୁ ରାତି ୧୧ଟା.. ପୁଣି ଆଜି ଦିନ ୯ଟାରୁ ଗୋଟାଏ। ଭୁବନେଶ୍ବରରୁ କଟକ ପର୍ୟ୍ୟନ୍ତ ରାସ୍ତାରେ ଲାଗୁଛି ଗାଡିର ଲମ୍ବା ଧାଡ଼ି। ଅସମ୍ଭାଳ ଭିଡରେ ଅଣନିଶ୍ବାସୀ ପଥଚାରୀ। ଜାମ୍ରେ ଘଣ୍ଟା ଘଣ୍ଟା ଧରି ଫସୁଛନ୍ତି। ମାତ୍ର କେଇ କିଲୋମିଟର ରାସ୍ତା ପାର ହେବାକୁ ବୁଦ୍ଧିବାଟ ପାଉ ନାହାନ୍ତି।
