ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ପ୍ରତି ଘରେ ପାଇପ୍ ଯୋଗେ ପହଞ୍ଚିବ ପିଏନଜି ଗ୍ୟାସ୍ । ତେବେ ମୋହନ ସରକାର ଆଣିଛନ୍ତି ‘ଓଡ଼ିଶା ସିଟି ଗ୍ୟାସ୍ ବିତରଣ’ ନୀତି। ରାଜ୍ୟ କ୍ୟାବିନେଟ୍ରେ ଏହାକୁ ମଞ୍ଜୁର ମିଳିବା ପରେ ଏଣିକି ପ୍ରତି ଘରକୁ ପାଇପ୍ଡ ନ୍ୟାଚୁରାଲ ଗ୍ୟାସ୍ ବା ପିଏନ୍ଜି ପହଞ୍ଚିବ। ସେହିପରି କମ୍ପ୍ରେସ୍ଡ ନ୍ୟାଚୁରାଲ୍ ଗ୍ୟାସ୍ ବା ସିଏନ୍ଜି ଭିତ୍ତିଭୂମିର ମଧ୍ୟ ସମ୍ପ୍ରସାରଣ ହେବ। ସେପଟେ ରାଜ୍ୟ କ୍ୟାବିନେଟ୍ରେ ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରି ପରେ ସିଲିଣ୍ଡରରେ ରନ୍ଧନ ଗ୍ୟାସ୍ ରିଫିଲିଂ ପାଇଁ ଲୋକଙ୍କୁ ଆଉ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବନି। ଗ୍ୟାସ୍ ଏଜେନ୍ସିକୁ ଯାଇ ଚକ୍କର କାଟିବେନି। କାରଣ ପ୍ରତି ଘରକୁ ପିଏନ୍ଜି ସଂଯୋଗ କରାଯିବ। ପିଏନ୍ଜି ଓ ସିଏନ୍ଜି ଭିତ୍ତିଭୂମି ପାଇଁ ପ୍ରସ୍ତୁତ ହେବ ଆକ୍ସନ୍ପ୍ଲାନ୍। ଯାହାଦ୍ବାରା ନିରନ୍ତର ଓ ନିରାପଦ ଗ୍ୟାସ୍ ଯୋଗାଣ ସୁନିଶ୍ଚିତ ହୋଇପାରିବ। ଏହି ନୀତି ଦ୍ବାରା ରାଜ୍ୟ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ।
