ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରାଯାଉଛି । ଏହା ମଧ୍ୟରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଯେଉଁମାନେ ଜୀବନ ସାରା ବିଜୁ ବାବୁଙ୍କୁ ଗାଳି ଦେଇଛନ୍ତି ଜାତୀୟ ସ୍ତରରେ ହଇରାଣ କରିଛନ୍ତି ସେମାନେ ବିଜୁ ଲିଗାସୀ କରୁଛନ୍ତି । ଭଲ କଥା ବହୁ ଦିନ ପରେ ମାନିଲେ ବିଜୁ ବାବୁ ଭଲ କାମ କରୁଥିଲେ । ସେମାନେ ବିଜୁ ବାବୁଙ୍କ ପାଇଁ ସରକାରଙ୍କ ପାଖରେ କଣ ପ୍ରସ୍ତାବ ଥୋଇଲେ । ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜନ୍ମ ଦିନକୁ ପଞ୍ଚାୟତରାଜ ଦିବସ କରୁଥିଲୁ କାହିଁକି ବନ୍ଦ କଲେ ସରକାରଙ୍କୁ ବିଜୁ ଲିଗାସୀ କୁହନ୍ତୁ ବୋଲି ବିଧାୟିକା ପ୍ରଶ୍ନ ପଚାରିଛନ୍ତି । ଏହା ସହ ସେମାନେ ଖାଲି ବସିକି ଟାଇମ ପାସ କରୁଛନ୍ତି । ସେମାନେ ବିଜୁ ବାବୁଙ୍କ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଅନ୍ତୁ । ବିଜୁ ଲିଗାସୀ ସବୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଶ୍ରାଦ୍ଧ ଦିବସ ପାଳନ କରିବ ଭଲ କଥା ଭୁବନେଶ୍ୱରରେ ଗୋଟେ ଟିମ ଦରକାର ଥିଲେ ଟିମ ରହିଲେ । ବୁଲିକି ସମସ୍ତଙ୍କ ଶ୍ରାଦ୍ଧ ଦିବସ ପାଳନ କରନ୍ତୁ । ନବୀନ ବାବୁ କାହାକୁ ଟିକେଟ ଦେବେ ନବୀନ ବାବୁ ବୁଝିବେ ବିଜୟ ମହାପାତ୍ର କଣ ମାଲିକ ନା ଦଳ ତିଆରି କରିଥିଲେ । ୧୯୯୫ରେ ବିଜୁ ବାବୁଙ୍କୁ ହରାଇବା ପାଇଁ ଚକ୍ରାନ୍ତ କରିଥିଲେ । ନବୀନ ନିବାସ ସମସ୍ତଙ୍କୁ ଦିଏ । ପୁଅକୁ ବିଦା କଲା ପରେ ଏବେ କହୁଛନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି । ଯାହାକୁ ନେଇ ସାରା ରାଜ୍ୟର ରାଜନୀତି ବେଶ୍ ସରଗରମ ହୋଇ ଉଠିଛି ।