ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଦ୍ରକବିଜେଡିକୁ ବଡ ଝଟକା । ମଣ୍ଡଳ ଦମ୍ପତି ମୁକ୍ତିକାନ୍ତ-ମଞ୍ଜୁଲତାଙ୍କ ସହ ଦଳ ଛାଡ଼ିଲେ ଅନେକ ଟାଣୁଆ ନେତା । ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ମଣ୍ଡଳ ଦମ୍ପତିଙ୍କୁ ନିଲମ୍ବନ କରିଥିଲା ବିଜେଡି । ତେବେ ସେତେବେଳେ ନିଲମ୍ବର କାରଣ ଜାଣିନଥିବା କହିଥିଲେ ମୁକ୍ତିକାନ୍ତ ମଣ୍ଡଳ । ସେ ଦିନେ ନବୀନ ପଟ୍ଟନାୟକଙ୍କ ଆଦର୍ଶନ ଥିଲେ ବୋଲି ମଧ୍ୟ କହିଥିଲେ । ମଣ୍ଡଳ ଦମ୍ପତିଙ୍କ ସହ ବିଜୁ ଜନତା ଦଳର ନେତୃତ୍ୱ, ବିଭିନ୍ନ ପଦାଧିକାରୀ, ସମବାୟ ପ୍ରତିନଧି ମଧ୍ୟ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଭଦ୍ରକ ସଂସଦୀୟ କ୍ଷେତ୍ରର ଅନେକ ନେତା ମଧ୍ୟ ଏହି ସାମୁହିକ ଇସ୍ତଫା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ମଣ୍ଡଳ ଦମ୍ପତିଙ୍କ ସହ ଭଦ୍ରକ ସାଂସଦୀୟ କ୍ଷେତ୍ର ଅଧିନ ସୁବାସିନୀ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ ସାମିଲ ହୋଇଛନ୍ତି । ଭଦ୍ରକ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ମଧ୍ୟ ଇସ୍ତଫା ଦେଇଥିବାର ଦେଖିବାକୁ ମିଳିଛି ।