ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): 2026 ମସିହାରେ ବା 21 ଶତାବ୍ଦୀର ଗୋଟେ କ୍ଵାର୍ଟର ଯିବା ପରେ ଆଜି ପତ୍ରକାରିତାରେ ଏଭଳି ପ୍ରସଙ୍ଗକୁ ନେଇକି ସାମ୍ବାଦିକତା କରାଯାଉଛି, ଏହା ହିଁ ହେଉଛି ସବୁଠାରୁ ବଡ଼ ବିଡମ୍ଭନା। ଡିଜିଟାଲ ଇଣ୍ଡିଆ ହେଉଛି, ସୁଶାସନ ହେଉଛି। ବିକଶିତ ଓଡିଶା ଭାରତର କଥା ହେଉଛି ଆଉ 10 ବର୍ଷ ପରେ ଭାରତବର୍ଷକୁ ସାରା ପୃଥିବୀରେ ତୃତୀୟ ବୃହତ୍ତମ ଇକୋନୋମି ବା ଅର୍ଥନୀତିରେ ପରିଣତି ପରିଣତ କରାଯିବାର ଅନେକ କିଛି ଭରସା ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ନାଁ ବଦଳେଇକି ସେବାତୀର୍ଥ କରାଯାଉଛି, ସେକ୍ରେଟେରିଏଟର ନାଁ ବଦଳେଇକି ଲୋକସେବା ଭବନ କରାଯାଉଛି, ରାଜଭବନର ନାଁ ବଦଳେଇକି ତାକୁ ଲୋକଭବନ କରାଯାଉଛି। କିନ୍ତୁ ଗ୍ରାଉଣ୍ଡରେ ବା ମାଟି ଉପରେ ଯୋଉ ବାସ୍ତବତା ଅଛି, ଏ ଯୋଉ ଭୟଙ୍କର ସତ୍ୟକୁ ସାମ୍ନାକୁ ଆଣୁଛି, ଏ ହଉଛି ପୁରା ଏ ସମାଜ, ଏ ସମାଜର ସେ ବ୍ୟୁରୋକ୍ରାଟ ହୁଅନ୍ତୁ, ପତ୍ରକାର ହୁଅନ୍ତୁ, ନେତା ହୁଅନ୍ତୁ, ବୁଦ୍ଧିଜୀବୀ ହୁଅନ୍ତୁ ବା ବିଭିନ୍ନ ଅଫିସ ବା ଦପ୍ତର ଅଧିକାରୀ ହୁଅନ୍ତୁ, ଏ ସମସ୍ତଙ୍କ ପାଇଁ ଏକ ବିରାଟ ବଡ ଅପମାନ ଆଉ ମୁଣ୍ଡ ତଳକୁ କରିଦେବାର ଘଟଣା। ଏ ଘଟଣା ହଉଛି କେଉଁଝର ଜିଲ୍ଲା ପାଟଣା ବ୍ଲକର ମଲ୍ଲିପାସି ଗାଁର ଘଟଣା।
ବ୍ୟାଙ୍କ ବାରଣ୍ଡାରେ ଭଉଣୀର କଙ୍କାଳ ଦେଖିକି ହଲିଯାଇଥିଲା ପୁରା ଓଡିଶା ନୁହଁ ଏବେ ସାରା ଭାରତବର୍ଷକୁ ଏ ଦୃଶ୍ୟ ହଲେଇ ଦେଇଛି ଆଉ ସମସ୍ତଙ୍କ ବିବେକକୁ ଏ ପ୍ରଶ୍ନ ଏବେ ପଚାରିବାକୁ ବାଧ୍ୟ କରିଛି ଯେ ବାସ୍ତବରେ ଏଭଳି ସ୍ଥିତି କାହିଁକି ଉପୁଜିଲା। ଜଣେ ଆଦିବାସୀ, ଜଣେ ଅଶିକ୍ଷିତ, ଜଣେ ଗରିବ ଲୋକକୁ ତାର ଭଉଣୀର ଗଳିତ ଶବକୁ ମଶାଣି ଭିତରୁ କବର ଭିତରୁ ତାକୁ କାଢିକି ତାର କଙ୍କାଳକୁ ଆଣିକି ଏକ ବ୍ୟାଙ୍କ ବାରଣ୍ଡାରେ ଅଧିକାରୀଙ୍କ ସାମ୍ନାରେ ଏକ ସତ୍ୟ ବା ଏକ ଘଟଣା ବା ଫ୍ୟାକ୍ଟ ବା ପ୍ରମାଣ ଏହାକୁ ଦବା ପାଇଁ କଙ୍କାଳର ଜରୁରତ ପଡିଲା ଯେ ଏହା ହିଁ ହେଉଛି ପ୍ରମାଣ ଆଉ ପ୍ରମାଣ ଆଧାରେ ବ୍ୟାଙ୍କ ଖାତାରେ ଥିବା ପଇସା ଫେରା ଦଉ। ଏ ସମ୍ପୂର୍ଣ୍ଣ କେଉଁଝର ଏ ଘଟଣା, ଏ ଦେଶ ଆଉ ରାଜ୍ୟର ମାନବିକତାକୁ ଦୋହଲାଇ ଦେଇଛି।
ବ୍ୟାଙ୍କ କହିଲା କି ଲୋକ ଆସିଲେ ଟଙ୍କା ମିଳିବ। ହେଲେ ଅସଲରେ ଘଟଣା ହଉଛି ଯେ ଜଣେ ଜିତୁ ମୁଣ୍ଡା ବୋଲି କେଉଁଝର ପାଟଣା ବ୍ଲକର ମଲ୍ଲି ପାସିର ଜଣେ ବ୍ୟକ୍ତି ଯାହାଙ୍କର ଭଉଣୀର ମୃତ୍ୟୁ ଘଟିଥିଲା ଦୁଇ ମାସ ତଳେ। କିନ୍ତୁ ତାଙ୍କ ଭଉଣୀଙ୍କର ବ୍ୟାଙ୍କ ଖାତାରେ ₹19,300 ଥିଲା। ବିଚରା ଗରିବ ଜିତୁ କୋ ପରିବାର ପାଇଁ ଏହା ଏକ ବହୁତ ବଡ ରକମ ଆଉ ତାଙ୍କ ଭଉଣୀ କର ପରିବାର ନାହିଁ ଭାଇ ହଉଛି ତାଙ୍କର ସବୁକିଛି। କିନ୍ତୁ ବ୍ୟାଙ୍କ ଏ କଥା ଶୁଣିବାକୁ ନାରାଜ ଏ ବାରମ୍ବାର ବ୍ୟାଙ୍କକୁ ଦୌଡିଲେ ଯେ ଭଉଣୀ ଖାତାରେ ଯୋଉ ପଇସା ଅଛି ତାକୁ ଦିଅନ୍ତୁ ମୁଁ ହଉଛି ତାର ଭାଇ। ବାସ ନୀତି ନିୟମ ସାମ୍ନାକୁ ଆସିଗଲା। ବ୍ୟାଙ୍କ କହିଲା କି ଏଭଳି କାମ କରାଯାଇ ନାହିଁ ବ୍ୟାଙ୍କରେ। ତମ ଭଉଣୀ କୌଣସି ନୋମିନି ହିସାବରେ ତମ ନାଁ ଦେଇନାହାନ୍ତି ଏକ। ତମେ ତମ ଭଉଣୀ ନାହିଁ ବୋଲି ବା ମରିଯାଇଛନ୍ତି ବୋଲି ଏହାର ଏକ ଡେଥ ସାର୍ଟିଫିକେଟ ଆବଶ୍ୟକତା ଅଛି। ଯଦି ଏସବୁ କିଛି ନାହିଁ ତାହେଲେ ଲିଗାଲ ହେୟାର ତମେ ତାଙ୍କର ହିଁ ଉତ୍ତରାଧିକାରୀ ଏ ବାବଦରେ ସାର୍ଟିଫିକେଟ ଦରକାର। ଯଦି ସବୁ କାଗଜପତ୍ର ନାହିଁ, ତାହେଲେ ଯାହା ନାରେ ଏକାଉଣ୍ଟ ଅଛି, ସେ ବ୍ୟକ୍ତି ଆସିଲେ ହିଁ ପଇସା ନେଇପାରିବେ। ବିଚରା ଜିତୁ ମୁଣ୍ଡା ଗରିବ ଅଶିକ୍ଷିତ। ଏହାକୁ ବୁଝିବାକୁ ଅକ୍ଷମ ଆଉ କୋଉଠି ସବୁ ଜିନିଷ ମିଳେ। ଡେଥ ସାର୍ଟିଫିକେଟଟା କୋଉଠି ମିଳିବ କାହା ପାଖରୁ ଆଣିବ। ଲିଗଲ ହେୟାର କିଏ ସାର୍ଟିଫିକେଟ ଇସ୍ୟୁ କରିବ। ବା ନୋମିନି ହିସାବରେ କେବେ ବ୍ୟାଙ୍କରେ କୋଉ ଜାଗାରେ ଭଉଣୀକୁ କିଏ କହିଥିଲା ନା ନ କହିଥିଲା ଯେଉଁ ତାଙ୍କ ନାଁ ଭରା ହେଇନାହିଁ। ବାରମ୍ବାର ଦୌଡିବା ପରେ ବ୍ୟାଙ୍କ ଅଧିକାରୀ ଏକଦମ ନୀତି ନିୟମକୁ ଧରିକି ରୋକଠକ ଆସିଲେ ବ୍ୟକ୍ତି ଆସିଲେ ପଇସା ମିଳିବ। ଶେଷରେ ଜଣେ ବ୍ୟକ୍ତି ଆଉ ଯିଏ ଗରିବ ଲୋକଟେ ଯାହା ପାଇଁ ₹19,300 ଏକ ବିରାଟ ବଡ ରକମ ଏମାଉଣ୍ଟ। ସେ ଶେଷରେ ଏ ପ୍ରମାଣ ଦବା ପାଇଁ କାହା ପାଖକୁ ଯିବ। ଶେଷରେ ଦୁଇ ମାସ ତଳେ ଯୋଉ ଭଉଣୀକୁ ଯେହେତୁ ଆଦିବାସୀ ସମ୍ପ୍ରଦାୟର ଲୋକ। ଏ ତାଙ୍କୁ ନ ପଡିକି ଏମାନେ ତାଙ୍କ ଭଉଣୀକୁ କବର ଦେଇଥିଲେ ବା ମାଟିରେ ପୋତିଥିଲେ। ମଶାଣିରୁ ମାଟିରେ ପୋତା ଯାଇଥିବା ଭଉଣୀର ଗଳିତ ଶବର ଯେଉଁ କଙ୍କାଳ ରହିଛି, ସେ କଙ୍କାଳକୁ ଖୋଲିକି ଆଣିକି ବସ୍ତାରେ ଭର୍ତ୍ତି କରିକି ବ୍ୟାଙ୍କ ବାରଣ୍ଡାରେ ଅଧିକାରୀଙ୍କ ସାମ୍ନାରେ ରଖିଲେ। ବାସ, ୟା ଠାରୁ ଆହୁରି ଅମାନବୀୟ କାମ ଅଛି ଆମେ ୟା ପରେ କହିବୁ। କିନ୍ତୁ କଥା ଉଠୁଛି ଯେ ଓଡିଶାର କେନ୍ଦୁଝର ଜିଲ୍ଲାର ଏ ହୃଦୟ ବିଦାରକ ଘଟଣା ଯୋଉ ସାମ୍ନାକୁ ଆସିଛି, ଏ କେବଳ ମାନବିକତାକୁ ପ୍ରଶ୍ନ କରିନାହିଁ, ଏ ସରକାରୀ କଳ ବ୍ୟାଙ୍କ ଯୋଉ ଦପ୍ତର ରହିଛି, ଏମାନଙ୍କର ଅଧିକାରୀ ଆଉ ଯୋଉ ଏଙ୍କର କାମ କାଜର ଯୋଉ ତରିକା ଅଛି, ସେ ତରିକା ଭିତରେ ଯୋଉ ସମ୍ବେଦନହୀନତା ରହିଛି, ଏହାକୁ ମଧ୍ୟ ପଦାରେ ପକେଇଛି ଆଉ ପ୍ରଶ୍ନ ଉଠେଇଛି।
ଡିଜିଟାଲ ଇଣ୍ଡିଆ ହଉଛି ସୁଶାସନର କଥା ଉଠୁଛି କିନ୍ତୁ ଏ ଗ୍ରାଉଣ୍ଡରେ ଭୟଙ୍କର ସତ୍ୟ ସମସ୍ତଙ୍କ ଛାତି ଥରେ ଦେଇଛି। ଜଣେ ଗରିବ ଲୋକ ବା ତାର ଭଉଣୀ ଖାତା ବ୍ୟାଙ୍କ ଖାତାରୁ ପଇସା ଉଠେଇବା ପାଇଁ କିଭଳି କୋଉ ସ୍ତରକୁ ଅତ୍ୟନ୍ତ ଅସୁବିଧା ଆଉ ହେଲ୍ପଲେସ ଅସହାୟ ଅବସ୍ଥାରେ କଙ୍କାଳକୁ ନେଇକି ବ୍ୟାଙ୍କ କାର୍ଯ୍ୟାଳୟ ଭିତରକୁ ଆସୁଛି। ଏହା ହିଁ ସବୁକିଛି ଏବେ ପ୍ରଶ୍ନ ଉଠଉଛି ବାସ୍ତବରେ ଏ ଘଟଣା କୋଉ ଜାଗାକୁ ଯାଉ ସତ୍ୟପାଠରେ ଏହାକୁ ନେଇକି ନିର୍ଦ୍ଦିଷ୍ଟ କାହାକୁ ଆଙ୍ଗୁଳି ଦେଖେଇବାର ନାହିଁ କିନ୍ତୁ କଥା ଉଠୁଛି ୟା ପଛରେ କଣ କଣ କାରଣ ଥାଇପାରେ ଏ ବାବଦରେ ପ୍ରଶ୍ନ ଉଠେଇବାର ଆବଶ୍ୟକତା ଅଛି। ଏ ଘଟଣା ଘଟିଛି ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା କେଉଁଝର ଜିଲ୍ଲାରେ। ଆଉ ସେଇ ଜାଗାରେ ଘଟଣା ଘଟିଛି, କିନ୍ତୁ ସରକାରୀ ହିସାବରେ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଯେ କଲେକ୍ଟର ଟାକୁ କେହି ମାଗିନାହାନ୍ତି। ବା କଲେକ୍ଟର ସମ୍ପୃକ୍ତ ବ୍ୟାଙ୍କକୁ ମାଗିନାହାନ୍ତି। ସେ ବ୍ୟାଙ୍କ ଅଧିକାରୀ, ବ୍ୟାଙ୍କ ମ୍ୟାନେଜର କୋଉ ପରିସ୍ଥିତିରେ ଘଟଣା ଘଟିଲା କାହିଁକି, ଏ ଘଟଣା ଘଟିଲା ଏ ବାବଦରେ କେହି ରିପୋର୍ଟ ମାଗି ନାହାନ୍ତି।
ତେବେ କଥା ଉଠୁଛି ଯୋଉ ସୂଚନାର କଥା ଉଠୁଛି ବା ଯୋଉ କଥା ଏବେ ଆଲୋଚନା ହଉଛି ଯେ ଏ ଭଉଣୀର ଅନ୍ତେଷ୍ଟିକ୍ଷା ପରେ ଏ କଥା କାହିଁକି ହେଲା? ଏହାକୁ ନେଇକି ଯୋଉ କଥା ଚର୍ଚା ହଉଛି ଯେ ଲିଗଲ ହେୟାର ସାର୍ଟିଫିକେଟ ପାଇଁ ଇଏ ନିଶ୍ଚିତ ଯଦି ଯାଇଥିବେ ତହସିଲ ଅଫିସକୁ ବିନା ଲାଞ୍ଚରେ ମିଳୁନାହିଁ ଏହା ହିଁ ହଉଛି ବାସ୍ତବତା। ବିଚରା ଏ ଆଦିବାସୀ ଅନପଢ଼ ବା ଅଶିକ୍ଷିତ ପଢ଼ିନାହାନ୍ତି ନିରକ୍ଷର ବାତରେ। ଆଇ କରେକ୍ଟ ମାଇଁ ମୋ ଭାଷାକୁ ଆଉ ଟିକେ ସଂଶୋଧନ କରୁଛି, ନିରକ୍ଷର କହୁଛି ନଟ୍ ଅଶିକ୍ଷିତ, ନିରକ୍ଷର। ଏ ନିରକ୍ଷର ଜିତୁ ମୁଣ୍ଡା। ଏ ତହସିଲ ଅଫିସକୁ ଯାଇଥିବେ ବା ଯଦି ନ ଯାଇଥିବେ ଯାହା ବି ହେଉ, କିନ୍ତୁ ବିନା ଲେନଦେନରେ ଲିଗାଲ ହେୟାର ବା ଆଇନତଃ ଉତ୍ତରାଧିକାରୀ ସାର୍ଟିଫିକେଟ ମିଳିବା କଷ୍ଟ। ସେପଟେ ଡେଥ ସାର୍ଟିଫିକେଟ ପାଇଁ ଯୁଆଡେ ଯିବେ ଏବେ ପ୍ରକ୍ରିୟା ଏମିତି ହେଇଛି ବିନା ଲେନଦେନ ରହବନି। ଏହା ହିଁ ହେଉଛି ବାସ୍ତବିକତା।
ଏଇଟା ଗଲା ସରକାରୀ ସାଇଟକୁ ଏବେ ଆସନ୍ତୁ ବ୍ୟାଙ୍କ ସାଇଟକୁ। ବ୍ୟାଙ୍କର ଫିଲ୍ଡ ଅଫିସର୍ସ ଅଛନ୍ତି। ଯଦି ବ୍ୟାଙ୍କର ମ୍ୟାନେଜର ଦେଖିକି ଜାଣିପାରୁଥିବେ ଇଏ ନିରକ୍ଷର ଲୋକ, ଇଏ ବୁଝିପାରୁନାହାନ୍ତି କୋଉଠି କଣ ସରକାରୀ ଆଦବ କାଇଦା ତାଙ୍କୁ ଜଣା ନାହିଁ। ବ୍ୟାଙ୍କର ଫିଲ୍ଡ ଅଫିସର ଜଣେ ଯାଇକି ପଞ୍ଚାୟତରୁ ଏ କଥା ବା ସରପଞ୍ଚ ବା ସମିତି ସଭ୍ୟ ବା ବ୍ଲକ ଅଫିସର କଥା ଆଣିପାରିବେ କିନ୍ତୁ ତାହା କଲେ ନାହିଁ। ଯୋଉଥିପାଇଁ କି କଙ୍କାଳକୁ ନେଇକି ଆସେ ପୁରା ଓଡିଶା ଆଉ ଏ କେଉଁଛର ଘଟଣା ସାରା ଭାରତବର୍ଷରେ। ଓଡିଶା ସରକାର, ଓଡିଶାର ବ୍ୟବସ୍ଥା ଏହାକୁ ସମସ୍ତଙ୍କୁ, ଏ ସମସ୍ତଙ୍କ ପାଇଁ। ଏ ସରକାର ନୁହେଁ କି ରାଜନୈତିକ ଦଳ କଥା ଆମେ କହୁନୁ, ସମସ୍ତଙ୍କ ମୁହଁରେ କଳା ଲଗେଇ ଦେଇଛି। କିନ୍ତୁ ବ୍ୟାଙ୍କରେ ଏଇ ସବୁ କାମ ପାଇଁ ବ୍ୟାଙ୍କର କଣ ରହିଛି? କିଛି ଦାୟିତ୍ୱ ରହିଛି ନା ନାହିଁ? ବ୍ୟାଙ୍କର କିଛି ପ୍ରକ୍ରିୟା ରହିଛି ନା ନାହିଁ? ଏ ସବୁଠାରୁ ବଡ ପ୍ରଶ୍ନ। 1969 ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ଲିଡ୍ ବ୍ୟାଙ୍କ ସ୍କିମ୍ ଆରମ୍ଭ କଲା। କଣ ପାଇଁ? ନା ବ୍ୟାଙ୍କ ଗୁଡିକର ରୁରାଲ ଏରିଆରେ ବହୁତ କମ ଅପରେସନ ଅଛି। ସେତେବେଳେ ତ ଆହୁରି କମ୍ ଥିଲା, କିନ୍ତୁ ଯେଉଁ ସୋସିଆଲ୍ ଅବଜେକ୍ଟିଭ୍ ରହିଛି ବ୍ୟାଙ୍କର, ବ୍ୟାଙ୍କ ମାନେ ମଧ୍ୟ ତାଙ୍କର ମଧ୍ୟ ସାମାଜିକ ଉତ୍ତରଦାୟିତ୍ୱ ରହିଛି, ଇଏ ତାକୁ କରିବା ଦରକାର। ଯୋଉଥିପାଇଁ ୱେ ବ୍ୟାକ ଇନ 1969 ଦିଟା କମିଟିର ରିପୋର୍ଟ ପରେ ଗାଡଗିଲ କମିଟି ରିପୋର୍ଟ ଆଉ ଫୋଲି ନରିମାନଙ୍କ କମିଟିଙ୍କ ରିପୋର୍ଟକୁ ନେଇକି ଏକ ଲିଡ ବ୍ୟାଙ୍କ ସ୍କିମ ଆରମ୍ଭ କଲେ ଯେ ପ୍ରତ୍ୟେକ ଜିଲ୍ଲାରେ ବା ବ୍ଲକରେ ଯୋଉ ଗୋଟିଏ ଯେତେ ବ୍ୟାଙ୍କ ଥାନ୍ତୁ ଗୋଟେ ବ୍ୟାଙ୍କକୁ ଲିଡ ବ୍ୟାଙ୍କ ହିସାବରେ ନିଆଯିବ।
ଆଉ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ହଉଛନ୍ତି, ସେ ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ଡିଷ୍ଟ୍ରିକ୍ଟ କନସଲ୍ଟେଟିଭ୍ କମିଟି ରହିବ ବ୍ୟାଙ୍କଗୁଡିକର। ତାର ଚେୟାରମ୍ୟାନ ହଉଛନ୍ତି ଜିଲ୍ଲାପାଳ। ଡିଷ୍ଟ୍ରିକ୍ଟ କନସଲ୍ଟେଟିଭ୍ କମିଟି ପରେ ତା ସହିତ ଡିଷ୍ଟ୍ରିକ୍ଟ ଲେବଲ୍ ଗୋଟେ ରିଭ୍ୟୁ କମିଟି ମଧ୍ୟ ରହୁଛି। ଏ ରିଭ୍ୟୁ କମିଟିର ମଧ୍ୟ ଚେୟାରମ୍ୟାନ ହଉଛନ୍ତି ନିଜେ ଜିଲ୍ଲାପାଳ। ଏ ଡିଷ୍ଟ୍ରିକ୍ଟ କନସଲ୍ଟେଟିଭ୍ କମିଟି ବା ଯୋଉ ଲିଡ୍ ବ୍ୟାଙ୍କ୍ସରେ ଯୋଉମାନେ ରହିଛନ୍ତି, ଏଥିରେ ସବୁ ବ୍ୟାଙ୍କର ଅଧିକାରୀ ରହିବେ, ନାବାର୍ଡର ଅଧିକାରୀ ରହିବେ, ଜିଲ୍ଲାପାଳ ରହିବେ, ବିଡିଓ ଅଫିସର ଲୋକ ରହିବେ, ସବୁ ରହିବେ। ପ୍ରତ୍ୟେକ ତିନି ମାସରେ ଥରେ ଏ ମେଣ୍ଡେଟୋରୀ ବାଧ୍ୟତାମୂଳକ। ଯେ ଲିଡ୍ ବ୍ୟାଙ୍କର ଗୋଟେ ମିଟିଙ୍ଗ ହବ ସମ୍ପୃକ୍ତ ଜିଲ୍ଲାରେ। ଯେ କୋଉ ଜିଲ୍ଲାରେ କଣ କଣ ସରକାରୀ ଯୋଜନାକୁ ବ୍ୟାଙ୍କ ସହିତ ଲିଙ୍କ କରାଯାଇଛି, ବ୍ୟାଙ୍କ ଲୋକଙ୍କୁ କଣ ସହାୟତା ଦଉଛି, କଣ ଅସୁବିଧା ଆସୁଛି, କଣ ଅସୁବିଧା ଆସୁନାହିଁ ତାର ସମାଧାନ କଣ? ସୋ କଲେକ୍ଟର ଲେବଲରେ କଣ କଣ ହେଇପାରିବ, ସରକାରୀ ଲେବଲରେ ବ୍ୟାଙ୍କର ଅସୁବିଧାକୁ ସରକାର ଲେବଲରେ କଣ ସମାଧାନ କରିପାରିବ। ଏଥିପାଇଁ ପ୍ରତ୍ୟେକ ତିନି ମାସର ଗୋଟେ ମାଣ୍ଡେଟୋରୀ ମିଟିଙ୍ଗ ହୁଏ ଡିଷ୍ଟ୍ରିକ୍ଟ କନସଲ୍ଟେଟିଭ କମିଟି ଆଉ ଡିଷ୍ଟ୍ରିକ୍ଟ ଲେବଲ ରିଭ୍ୟୁ କମିଟି ଯୋଉଥିରେ ରିଭ୍ୟୁ କରାଯାଏ।
ଏହା ସହିତ ବ୍ଲକ ଲେବଲ ଗୋଟେ ବ୍ୟାଙ୍କର୍ସ କମିଟି ରହିଛି, ଇଏ ବ୍ଲକରେ ଯୋଉ ବ୍ଲକରେ ପାଟଣା ବ୍ଲକରେ ଏ ଘଟଣା ଘଟିଛି ସବୁ ବ୍ଲକରେ ଅଛି। ସେଠି ଡିଡିଏମ ଜଣେ ରହିଛନ୍ତି ନାବାର୍ଡର ଇଏ ତାର ମୁଖ୍ୟ ସମସ୍ତେ ଅଛନ୍ତି। ୟାହାଙ୍କର କାମ ହେଲା ଅସୁବିଧା ସୁବିଧା କଣ କଣ। କମ୍ପ୍ଲେନ ଆସିଛି, ଫିଲ୍ଡ ଲେବଲ ଷ୍ଟାଫ କଣ କହୁଛନ୍ତି, ସରକାରୀ ଷ୍ଟାଫ କଣ କହୁଛନ୍ତି ଏ ବାବଦରେ ମିଟିଙ୍ଗ କରାଯିବା ପାଇଁ। କଥା ଉଠୁଛି ଯେ ଏଭଳି ଘଟଣାରେ ଏବେ ଡିଜିଟାଲ ଇଣ୍ଡିଆ ହେବା ପରେ କି ଯାହା ପରେ ସରକାରଙ୍କର ବହୁ ୱେଲଫେୟାର ସ୍କିମକୁ ଲୋକଙ୍କର ବ୍ୟାଙ୍କ ଖାତା ସହିତ ଯୋଡା ଯାଉଛି ଯେ କରପ୍ସନ କମିବ। ଭଲ କଥା। ଯେ ଲୋକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ କିନ୍ତୁ ଏହାକୁ ଏଭଳି ମେକାନିକାଲ ପ୍ରକ୍ରିୟାରେ କରାଯାଉଛି ଯେ ଅନେକ ନିରକ୍ଷର ଲୋକ ଯୋଉମାନେ ଜାଣିନାହାନ୍ତି ବ୍ୟାଙ୍କର ଏଇ ସବୁ ପ୍ରକ୍ରିୟା। ବ୍ୟାଙ୍କର କର୍ମଚାରୀ ବା ଅଧିକାରୀ ଯୋଉମାନେ ଖାତା ଖୋଲନ୍ତି ସେତେବେଳେ ଏ ନୋମିନି ପ୍ରକ୍ରିୟାଟାକୁ ଏକଦମ ଏଡେଇ ଯାଆନ୍ତି। ଯାହାର ପରିଣାମ ହେଲା ଜିତୁ ମୁଣ୍ଡାଙ୍କୁ ତାଙ୍କର ଭଉଣୀଙ୍କର ଏ କଙ୍କାଳକୁ ଆଣିକି ବ୍ୟାଙ୍କ ବାରଣ୍ଡାରେ ରଖିବାକୁ ପଡିଲା ଅଧିକାରୀଙ୍କୁ ଦେଖେଇବା ପାଇଁ ଯେ ଦେଖ ଏଇଟା ହଉଛି ମୋ ଭଉଣୀର କଙ୍କାଳ, ମୋ ଭଉଣୀ 2 ମାସ ତଳୁ ଚାଲିଗଲାଣି।
ଏବେ କଥା ହଉଛି ମିଟିଙ୍ଗଗୁଡ଼ିକ ହଉଥିଲା ନା ନାହିଁ। ଡିଷ୍ଟ୍ରିକ୍ଟ କଲେକ୍ଟରଙ୍କୁ ରିପୋର୍ଟ କିଏ ମାଗିଛି ରାଜ୍ୟ ସରକାରଙ୍କ ପକ୍ଷରୁ। ବା ଡିଷ୍ଟ୍ରିକ୍ଟ କଲେକ୍ଟର ଏ ଘଟଣା ପରେ ବ୍ୟାଙ୍କ ଯୋଉ ଲିଡ୍ ବ୍ୟାଙ୍କ ଅଛି ବା ସେ ବ୍ୟାଙ୍କର ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି ନା ନାହିଁ। ଏ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଲଜ୍ଜାଜନକ, ମାନବିକତା ଉପରେ ଏକ ଜବରଦସ୍ତ ଚାପଡା। ଏହାକୁ ଯୋଉମାନେ କେବଳ ହାଲକା ହିସାବରେ ଆମର କାମ ନୁହଁ, ଏଥିରେ ସରକାରୀ ଅଧିକାରୀ ନାହାନ୍ତି, ଏଥର ନେତା କହୁଛନ୍ତି ତ ଆମର କିଛି କାମ ନୁହଁ, ଯୋଉମାନେ ଏହାକୁ ଏଡେଇ ଯାଉଛନ୍ତି, ଏମାନେ ସମସ୍ତେ ବାସ୍ତବିକତାକୁ ସ୍ଵୀକାର କରିବାକୁ ରାଜି ନୁହଁନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଏ କଳା ଛିଟା ସରକାର ଯୋଉମାନେ ଦାୟିତ୍ୱରେ ଅଛନ୍ତି ସମସ୍ତଙ୍କୁ ଅନୁରୋଧ ଯେ ବ୍ୟାଙ୍କର ଅଧିକାରୀଙ୍କ ସହିତ ଏହାର ଏକ ତଦନ୍ତ କରାଯାଉ ବା ରିପୋର୍ଟ ମଗାଯାଉ ଆଉ ରିପୋର୍ଟ ଯାହା ଦଉଛି ଏଇ ଅସୁବିଧା ଯୋଉ ରହୁଛି ସାଧାରଣ ଲୋକ ଅସୁବିଧା ଭୋଗ କରୁଛନ୍ତି। ଏହା ଯେଭଳି ରିପିଟ ନ ହୁଏ ଏ ବାବଦରେ ଏକ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବା ଆବଶ୍ୟକ।
