ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିଜେଡି ଆଉ କଂଗ୍ରେସକୁ ଆସନ୍ତା ପଞ୍ଚାୟତ ନିର୍ବାଚନର ମେଣ୍ଟ କରି ଲଢ଼ିବାର ଖବର ସାମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନ ରାଜ୍ୟ କଂଗ୍ରେସ ୟୁଟର୍ଣ୍ଣ ମାରିଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ପିସିସି ସଭାପତି ଭକ୍ତଚରଣ ଦାସ କହୁଛନ୍ତି କି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏକା ଲଢିବ । ସେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । କିନ୍ତୁ ଦଳ ଭିତରେ ମେଣ୍ଟ ପ୍ରସଙ୍ଗ ନେଇ ଅନେକଙ୍କ ମନରେ ଅସନ୍ତୋଷ ରହିଛି । ତେଣୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ପିସିସି ସଭାପତି ନିଜ ନିଷ୍ପତ୍ତିରୁ ଓହରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ନିର୍ବାଚନରେ ଏକା ଲଢିବ କଂଗ୍ରେସ । ନିଜ ଦମ୍ରେ ଲଢିବ ବୋଲି ପିସିସି ସଭାପତି କହିଛନ୍ତି ।
