ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଉଣୀ କଙ୍କାଳକୁ ଧରି ବ୍ୟାଙ୍କ ଭଉଣୀକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜିତୁ ମୁଣ୍ଡା । ଏହା ମଧ୍ୟରେ ବ୍ୟାଙ୍କକୁ କଙ୍କାଳ ବୋହିବା ଘଟଣାର ଅନୁସନ୍ଧାନ ପାଇଁ ଆଜି ଆରଡିସି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି। ପାଟଣା ବ୍ଲକ୍ର ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡାଙ୍କ ଘରେ ଆରଡିସି ତାଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ବେଳେ କଂଗ୍ରେସ ବିଧାୟକମାନେ ବ୍ୟାଙ୍କକୁ କଙ୍କାଳ ନେଇ ଯିବା ଘଟଣାରେ ପ୍ରତିବାଦ କରିବା ସହ କକ୍ଷ ତ୍ୟାଗ କରିଛନ୍ତି | ସେପଟେ କଂଗ୍ରେସ ବିଧାୟକମାନେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରିଥିବାବେଳେ ପୋଷ୍ଟର ଧରି ପ୍ରତିବାଦ କରିଛନ୍ତି | ବାସ୍ତବରେ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବାବେଳେ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ |
