ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ବିଜେପି ପ୍ରତିପକ୍ଷଙ୍କ ଠାରୁ ୨୩, ୧୮୨ ଭୋଟ ବ୍ୟବଧାନରେ ପରାସ୍ତ ହେଲେ ଆସାମ କଂଗ୍ରେସ ମୁଖ୍ୟ ଗୌରଭ ଗୋଗୋଇ । ତେବେ ୧୪ ରାଉଣ୍ଡ ଗଣନା ପରେ ଜୋରାହାଟରେ ବର୍ତ୍ତମାନର ବିଜେପି ବିଧାୟକ ଥିବା ହିତେନ୍ଦ୍ର ନାଥ ଗୋସ୍ୱାମୀ ୬୯,୪୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ଗୋଗୋଇ ୪୬,୨୫୭ ଭୋଟ ପାଇ ପଛରେ ରହିଯାଇଛନ୍ତି। ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇ ଏଥର ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ।

ଜୋରହାଟରୁ ବିଜେପିର ହିତେନ୍ଦ୍ର ନାଥ ଗୋସ୍ୱାମୀଙ୍କ ବିପକ୍ଷରେ ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋରାହାଟ ଆସନ ଗୌରବଙ୍କ ପାଇ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ବର୍ତ୍ତମାନ ସେ ଏହି ଆସନରୁ ସାଂସଦ ଅଛନ୍ତି। ହେଲେ ପ୍ରଥମ ଥର ପାଇଁ ବିଧାୟକ ଆସନରେ ଲଢ଼ିବା ତାଙ୍କୁ ମହଙ୍ଗା ପଡ଼ିଛି। ଆରମ୍ଭ ତାଙ୍କୁ ବିଫଳତା ମିଳିଛି। ସେପଟେ ଗୋଗୋଇଙ୍କୁ କଂଗ୍ରେସର ହିମନ୍ତ ବିଶ୍ୱାଶର୍ମାଙ୍କ ପ୍ରତିପକ୍ଷ ଭାବରେ ଦେଖାଯାଉଥିଲା। ସେ ୨୦୨୫ ଜୁନରେ ଆସାମ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ।