ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଙ୍ଗ ଜିତିବା ପରେ ସରକାରଙ୍କ ବଡ ପଦକ୍ଷେପ । ବନ୍ଦେ ମାତରଂକୁ ମିଳିବ ଆଇନଗତ ମାନ୍ୟତା । ତେବେ ବଙ୍ଗରେ ନିର୍ବାଚନ ଜିତିବା ପରେ କେନ୍ଦ୍ର କ୍ୟାବିନେଟ୍ ନ୍ୟାସନାଲ୍ ଅନର୍ ଆକ୍ଟର ସଂଶୋଧନ ପ୍ରସ୍ତାବରେ ମୋହର ଲଗାଇଛି । ଆଇନ୍ ଅନୁସାରେ, ବନ୍ଦେ ମାତରଂକୁ ଜନ ଗଣ ମନ ଭଳି ସମ୍ମାନ ପ୍ରଦାନ କରାଯିବ । ଏବେକାର ନିୟମ ଅନୁସାରେ, କେହି ସମ୍ବିଧାନ ଏବଂ ଜାତୀୟ ପତାକାକୁ ଅସମ୍ମାନ କଲେ ଫାଇନ୍ ଏବଂ ଜେଲଦଣ୍ଡ ବିଧାନ ରହିଛି । ଜାତୀୟ ଗାନକୁ ଅପମାନ କଲେ ମଧ୍ୟ ସମାନ ଦଣ୍ଡ ମିଳିବା ନେଇ ପ୍ରାବଧାନ ଅଛି । ଏବେ ଜାତୀୟ ସଙ୍ଗୀତ ବନ୍ଦେ ମାତରଂକୁ ସମାନ ମାନ୍ୟତା ମିଳିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟର ନୂଆ ପ୍ରସ୍ତାବ ଅନୁଯାୟୀ, ବନ୍ଦେ ମାତରଂକୁ ଜନ ଗଣ ମନ ଭଳି ମାନ୍ୟତା ଏବଂ ସମ୍ମାନ ମିଳିବ । ଆଇନକୁ ନମାନିଲେ ଅପରାଧ ବୋଲି ବିବେଚନା କରାଯିବ । ତେବେ ସରକାରଙ୍କ ଏହି ପଦକ୍ଷେପ ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆସିଛି । ଏବେ କେବଳ ଜନ ଗଣ ମନକୁ ଅସମ୍ମାନ କଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।
