ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ କେବଳ ମମତା ନୁହେଁ, ହାରିଗଲେ ଟିଏମସିର ୨୨ ମନ୍ତ୍ରୀ। ତେବେ ପଶ୍ଚିମବଙ୍ଗରେ ବିଜେପି ୨୦୬ ସିଟ୍ ଜିତି ପ୍ରାୟ ୭୦% ଷ୍ଟ୍ରାଇକ୍ ରେଟ୍ ହାସଲ କରିଛି। ଟିଏମସି ୮୧ ସିଟରେ ସୀମିତ ହେବା ଯୋଗୁ ଏହାର ଷ୍ଟ୍ରାଇକ୍ ରେଟ୍ ୨୭.୬%କୁ ଖସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ୩୫ ମନ୍ତ୍ରୀଙ୍କ ମଧ୍ୟରୁ ୨୨ ଜଣ ବିଧାନସଭା ନିର୍ବାଚନ ହାରିଛନ୍ତି। ମମତାଙ୍କ ପାଖରେ ଗୃହ ବିଭାଗ ସମେତ ୭ ଗୁରୁତ୍ଵପୂର୍ଣ୍ଣ ବିଭାଗ ରହିଥିଲା।
ଅନ୍ୟପକ୍ଷରେ ୧୯୭୨ ମସିହା ପରଠାରୁ ପ୍ରଥମ ଥର ପଶ୍ଚିମବଙ୍ଗ ଏବଂ କେନ୍ଦ୍ରରେ ଗୋଟିଏ ଦଳର ସରକାର ହେବାକୁ ଯାଉଛି। ୧୯୭୨ରେ ଏହି ରାଜ୍ୟରେ କଂଗ୍ରେସ ୨୧୬ ସିଟ୍ ଜିତିଥିଲା ଏବଂ ସେତେବେଳେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ସରକାର ଥିଲା। ବିଜେପି ସରକାର ଗଠନ କରିବା ପରେ ବାଂଲାଦେଶ ସୀମା, ଅନୁପ୍ରବେଶ, ପ୍ରଶାସନିକ ନିୟନ୍ତ୍ରଣ ଭଳି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିପାରେ।
