ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ତେଲକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେବା ରେ ଲାଗିଛି । ଏହା ମଧ୍ୟରେ ରାଜ୍ୟରେ ସୋମବାର ସଂଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ । ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି । ସ୍ଥିତିରେ ସୁଧାର ପାଇଁ ରବିବାର ବି ଖୋଲା ରହିବ ଡିପୋ । ରବିବାର ସନ୍ଧ୍ୟା ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ସଞ୍ଜୟ ଲାଠ୍ କହିଛନ୍ତି । ରାଜ୍ୟରେ ତେଲ ସଙ୍କଟ ନେଇ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ପେଟ୍ରୋଲ ଓ ଡିଜେଲ ସପ୍ଲାଏ ବାବଦରେ ଆଲୋଚନା ହେଲା। ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ରହିଛି ବୋଲି ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି । ୨ ଦିନ ଅତ୍ୟଧିକ ବିକ୍ରି ପାଇଁ ସମସ୍ୟା ଦେଖାଦେଇଥିଲା । କିନ୍ତୁ ଏବେ ସମାଧାନ ପାଇଁ ବ୍ୟବସ୍ଥା ହୋଇଛି । ସବୁ ଜାଗାରେ ଷ୍ଟକ୍ ରଖିବାକୁ ଆଗକୁ ବ୍ୟବସ୍ଥା ହେବ । ଲୋକଙ୍କୁ ଅନୁରୋଧ ଧାଡ଼ିରେ ନ ରୁହନ୍ତୁ ।
ଯଦି କୌଣସି ଟାଙ୍କିରେ ୧,୨ ଘଣ୍ଟା ସମୟ ଲାଗୁଛି ପାଖ ଟାଙ୍କିରେ ପକାନ୍ତୁ । ସକାଳ ୬ରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟାଙ୍କି ଖୋଲା ରହୁଛି । ଓଡ଼ିଶାରେ ମୋଟ୍ ୨୮୦୦ ତାଙ୍କି ସେଥିମଧ୍ୟରୁ ୮୦ଟା ପୂର୍ବରୁ ବିଭିନ୍ନ କାରଣରୁ ବନ୍ଦ ଥିଲା । ଏହାଛଡା ଆମେ ଚେଷ୍ଟା କରୁଛୁ ଯେଉଁ ପେଟ୍ରୋଲ ପମ୍ପ୍ରେ ତେଲ ନାହିଁ ସେଠିକି ତୁରନ୍ତ ତେଲ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛୁ । ପୂର୍ବ ଅପେକ୍ଷା ସ୍ଥିତିରେ ସୁଧାର ଆସୁଛି । ଏବେ କୌଣସି ସମସ୍ୟା ନାହିଁ । ସ୍ଥିତି ଉପରେ ନଜର ରଖିବାକୁ ସ୍ପେସାଲ୍ ଟାସ୍କ ଫୋର୍ସ ନିୟୋଜିତ ଅଛନ୍ତି । ଶୁକ୍ରବାର ଭଳି ସ୍ଥିତି ଆଜି ନାହିଁ ବୋଲି କମଲ ସିଲ୍ କହିଛନ୍ତି ।
