ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୪ ବର୍ଷ ଝିଅର କଥା ରଖିଲେ ବିଜୟ। ଭିଆଇପି ଚେୟାର ପଛରେ ପଡିଥିବା ଧଳା ଟାଓ୍ବେଲ୍କୁ କାଢ଼ିଲେ ବିଜୟ । ତେବେ ବିଜୟ ତାଙ୍କ ଭିଆଇପି ଚେୟାର ପଛରେ ପଡିଥିବା ଧଳା ଟାଓ୍ବେଲ୍କୁ କାଢ଼ି ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାର ଉପରେ ଧଳା ଟାଓ୍ବେଲ୍ ପଡିବା ଏକ ସାଧାରଣ କଥା। ଏହି ଧଳା ଗାମୁଛା ପୂର୍ବରୁ ବିଜୟଙ୍କ ଚେୟାରରେ ମଧ୍ୟ ଥିଲା; କିନ୍ତୁ ସେ ଏବେ ଚୁପଚାପ ଏହାକୁ କାଢ଼ି ଦେଇଛନ୍ତି। ଜଣେ ୧୪ ବର୍ଷୀୟା ଝିଅ ଦ୍ୱାରା କରାଯାଇଥିବା ଅନୁରୋଧର ଜବାବରେ ସେ ଏହି ପଦକ୍ଷେପ ନେଇଛନ୍ତି।
ସେପଟେ ଲିସିପ୍ରିୟା କାଙ୍ଗୁଜାମ ଜଣେ ଜଳବାୟୁ କର୍ମୀ। ମାତ୍ର ୧୪ ବର୍ଷୀୟା କାଙ୍ଗୁଜାମ ବିଜୟଙ୍କୁ ଏକ ନିର୍ଦ୍ଦିଷ୍ଟ ନିବେଦନ କରିଥିଲେ। କାଙ୍ଗୁଜାମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିଷର ସେ ବିଜୟଙ୍କୁ ଟ୍ୟାଗ୍ କରିଥିଲେ। ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, ନମସ୍ତେ @TVKVijayHQ ମହାଶୟ, ଆମେ କ’ଣ ଭାରତରେ ଏହି ‘ଟାୱେଲ ସଂସ୍କୃତି’ – ଭିଆଇପି ଚେୟାରରେ ଟାୱେଲ ରଖିବାର ଅଭ୍ୟାସକୁ ବନ୍ଦ କରିପାରିବା? ଲୋକମାନେ ପୂର୍ବରୁ ଜାଣନ୍ତି ଯେ ଭାରତରେ ମୁଖ୍ୟମନ୍ତ୍ରୀ ଭିଆଇପି। ଏହି ‘ଟାୱେଲ ସଂସ୍କୃତି’କୁ ମନ୍ତ୍ରୀ, ବ୍ୟୁରୋକ୍ରାଟ ଏବଂ ଏପରିକି କନିଷ୍ଠ ଅଧିକାରୀମାନେ ଅନୁକରଣ କରୁଛନ୍ତି। ମହାଶୟ ଆପଣ ସମସ୍ତଙ୍କ ପାଇଁ ପ୍ରେରଣା।
ଏହି ପରିବର୍ତ୍ତନ ଆରମ୍ଭ କରିବାର ଶକ୍ତି ଆପଣଙ୍କ ପାଖରେ ଅଛି। କାଙ୍ଗୁଜାମଙ୍କ ନିବେଦନର ୨୪ ଘଣ୍ଟା ମଧ୍ୟରେ ଥଲାପତି ବିଜୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। କୌଣସି ସରକାରୀ ଘୋଷଣା ବିନା, ସେ ଚୁପଚାପ ତାଙ୍କ ଚେୟାରରୁ ଧଳା ଟଓ୍ବେଲ୍ଟିକୁ ହଟାଇ ଦେଇଥିଲେ। କଙ୍ଗୁଜାମ ପରବର୍ତ୍ତୀ ସମୟରେ ଏହି ପଦକ୍ଷେପ ନେବା ପାଇଁ ବିଜୟଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
ସେ ଆଉ ଏକ ଟୁଇଟ୍ କରି ଲେଖିଛନ୍ତି, ଧନ୍ୟବାଦ, ବିଜୟ ମହାଶୟ। ଆପଣଙ୍କର ଏହି ପଦକ୍ଷେପ ପ୍ରମାଣ କରେ ଯେ ଆପଣ ସାଧାରଣ ଲୋକଙ୍କ ସ୍ବର ଶୁଣୁଛନ୍ତି। ଆମେ ଏହାକୁ ପସନ୍ଦ କରୁ କି ନ କରୁ କିନ୍ତୁ ପରିବର୍ତ୍ତନ ଆସୁଛି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ପଦକ୍ଷେପକୁ ବର୍ତ୍ତମାନ ତାମିଲନାଡୁ ରାଜନୀତିରେ ଏକ ନୂତନ କାର୍ଯ୍ୟଶୈଳୀର ସଙ୍କେତ ଭାବରେ ଦେଖାଯାଉଛି।
