ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ । କଳାରେ ପାସ୍ ହାର ୮୪.୫୦ ପ୍ରତିଶତ । କଳାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ୍ ହାର ୭୭.୯୭% ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୯.୪୫ % ରହିଛି । CHSE ଅଫିସରେ ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା। ସେହିପରି ବାଣିଜ୍ୟରେ ପାସ୍ ହାର ୮୮.୦୭ ପ୍ରତିଶତ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୬, ୬୭ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୦.୪୩ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍ ହାର ୮୮.୮୦ ରହିଛି ।
ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୮୭.୪୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୮୦.୨୪ ପ୍ରତିଶତ ରହିଛି । ଅନ୍ୟପଟେ ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୭୧.୪୯ ପ୍ରତିଶତ ରହିଛି । ଯେଉଁଥିରେ ଛାତ୍ରଙ୍କ ପାସ୍ ହାର ୭୧.୪୯ ରହିଥିବା ବେଳେ ୮୩.୪୩ ପ୍ରତିଶତ ରହିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷା ଦେଇଥିଲେ।
