ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଲାଇଭ୍ କାର୍ଯ୍ୟକ୍ରମରେ ରୁବିଓଙ୍କୁ ଭିଡିଓ କଲ୍ କଲେ ଟ୍ରମ୍ପ । ତେବେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନଲାଇନ୍ ଭିଡିଓ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ନିଜକୁ ତାଙ୍କର ‘ବଡ଼ ପ୍ରଶଂସକ’ ବୋଲି କହିଥିଲେ।
ସେ ଏହା ମଧ୍ୟ କହିଥିଲେ, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭଲ ପାଏ।’ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଟ୍ରମ୍ପଙ୍କ ଭିଡିଓ କଲ୍ ଶୁଣାଇଥିଲେ। କଲ୍ ସମୟରେ ଟ୍ରମ୍ପ କହିଥିଲେ, ‘ମୁଁ ଜାଣିଛି ଆପଣ ସେଠାରେ ଅଛନ୍ତି ଏବଂ ମୁଁ ଆଶା କରୁଛି ଯେ, ଆପଣ ଭାଷଣ ଦେଉଛନ୍ତି। ସର୍ଗିଓ, ଆପଣଙ୍କୁ ଆମ ଦେଶକୁ ପ୍ରତିନିଧିତ୍ୱ କରିବାକୁ ପଡିବ। କିନ୍ତୁ ମୁଁ ସମସ୍ତଙ୍କୁ ନମସ୍କାର କରିବାକୁ ଚାହୁଁଛି।’ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭଲ ପାଏ। ମୋଦି ଚମତ୍କାର। ସେ ମୋର ଜଣେ ବନ୍ଧୁ। ଟ୍ରମ୍ପ ଆହୁରି କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ।’
ଏହି କଲ୍ ସମୟରେ ଟ୍ରମ୍ପ୍ ଭାରତୀୟମାନଙ୍କ ପାଇଁ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭ ସନ୍ଧ୍ୟା କହିବାକୁ ଚାହୁଁଛି। ଏଠାରେ ସକାଳ ଏବଂ ସେଠାରେ ସନ୍ଧ୍ୟା, ଏବଂ ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ଆପଣମାନେ ମହାନ। ଆମେ ପୂର୍ବ ଅପେକ୍ଷା ଭାରତର ନିକଟତର। ଭାରତ ମୋ ଉପରେ ଏବଂ ଆମ ଦେଶ ଉପରେ ୧୦୦% ବିଶ୍ୱାସ କରିପାରିବ। ଯଦି ସେମାନଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ, ତେବେ ସେମାନେ ଜାଣନ୍ତି ଯେ କେଉଁଠାକୁ ଯିବାକୁ ହେବ ବୋଲି ଟ୍ରମ୍ପ କହିଛନ୍ତି ।
