ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଡ୍ରଗ୍ସ ଡିଲ୍‌ ବେଳେ ରାଜଧାନୀରେ ଏନ୍‌କାଉଣ୍ଟର୍ । ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର। ତେବେ ଗଞ୍ଜାମଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳର ପପୁନ୍ ମାଝୀ ଇନ୍‌ଫୋ ଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ୍‌ କରୁଥିବା ବେଳେ ପୋଲିସ୍‌ ତାଙ୍କୁ କାବୁ କରିଥିଲା।ଏହି ସମୟରେ ପପୁନ୍ ପ୍ରଥମେ ପୋଲିସ୍‌ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚାଳନା କରିଥିଲେ।

ପରେ ପୋଲିସ୍‌ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ପୋଲିସ ଗୁଳିରେ ପପୁନ୍ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।ଘଟଣାସ୍ଥଳରେ ପୋଲିସ୍‌ ପକ୍ଷରୁ ତଦନ୍ତ ଜାରି ରହିଛି ଏବଂ ଡ୍ରଗ୍ସ କାରବାର ନେଇ ଅଧିକ ତଦନ୍ତ କରାଯାଉଛି।