ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ କରି ସିପିଆଇଏମ୍‌ର ବିକ୍ଷୋଭ । ତେବେ ସିପିଆଇଏମ୍‌ର ଭୁବନେଶ୍ବର ଆଞ୍ଚଳିକ କମିଟି କର୍ମକର୍ତ୍ତାଙ୍କ କହିବା କଥା ହେଲା, ଚଢ଼ାଉ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଛି। ଚଢ଼ାଉରେ ତଥା କଥିତ ଦୁର୍ନୀତିର କୌଣସି ବିନ୍ଦୁ ବିସର୍ଗ ମିଳିପାରିନାହିଁ।

ପାର୍ଟି ପକ୍ଷରୁ ବୁଧବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ପାର୍ଟି ରାଜ୍ୟ ସମ୍ପାଦକ ଏବଂ କେନ୍ଦ୍ର କମିଟି ସଦଶ୍ୟ ସୁରେଶ ପାଣିଗ୍ରାହୀ କହିଛନ୍ତି, କଂଗ୍ରେସ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଭି ଡି ସତୀଶନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗତ ଛବିଶ ତାରିଖରେ ସାକ୍ଷାତ କରିଥିଲେ। ୨୭ ତାରିଖରେ କମ୍ରେଡ ବିଜୟନଙ୍କ ଘର ଉପରେ ଚଢ଼ାଉ କରାଯାଇଛି।

ଏହାକୁ ପାର୍ଟି ସହଜରେ ବରଦାସ୍ତ କରିବ ନାହିଁ l ବିଗତ ଦଶ ବର୍ଷ ଶାସନ ରେ ବାମ ଗଣତାନ୍ତ୍ରିକ ମେଣ୍ଟ ସରକାର ତାଙ୍କ ନେତୃତ୍ୱରେ କେରଳ ରାଜ୍ୟରେ ରେ ଅଭୂତପୁର୍ବ ବିକାଶ ମୂଳକ କାର୍ଯ୍ୟ କରି ସମଗ୍ର ପୃଥିବୀରେ ଦୃଷ୍ଟାନ୍ତ ସୃଷ୍ଟି କରିଛି l କେରଳକୁ ଅତି ଦରିଦ୍ର ମୁକ୍ତ ରାଜ୍ୟ କରି ପାରିଛି ଯାହା ପୃଥିବୀରେ ବିରଳ ଉଦାହରଣ l ଇଡି ଚଢ଼ାଉ କରି ପିନାରାଇଙ୍କୁ ଏବଂ ସିପିଏମ ଦଳକୁ ବଦନାମ କରିବାକୁ ଏ ଅଗଣତାନ୍ତ୍ତିକ ସରକାର ସଫଳ ହେବେନି ବୋଲି ସେ କହିଛନ୍ତି।